ଅବସର ଦିନ ସମ୍ପୂର୍ଣ୍ଣ ପେନସନ ପ୍ରଦାନ କଲେ କୋଟଗଡ଼ ବିଇଓ

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଅବସର ଦିନ ସମ୍ପୂର୍ଣ୍ଣ ପେନସନ ଗ୍ରାଚୁଇଟି ସି.ଭି.ପି ପ୍ରଦାନ କଲେ କୋଟଗଡ ଗୋଷ୍ଠି ଶିକ୍ଷା ଅଧିକାରୀ। ୨୦୨୫ ମସିହା ଜୁନ ମାସ ୩୦ ତାରିଖ ରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ ବ୍ଲକ ଅଧିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁର୍ଗାପଙ୍ଗାର ଜୈନିକ ଶିକ୍ଷୟତ୍ରୀ କବିତା ପାତ୍ର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ।  ଗଣେଶ ପ୍ରଧାନ ନୂତନ ଭାବେ କୋଟଗଡ ବ୍ଲକ ରେ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ଯୋଗ ଦେବା ସମୟରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମସ୍ତ କାର୍ଯ୍ୟ କୁ ତୁରନ୍ତ ତ୍ବରାନ୍ୱିତ କରିବା ନିମନ୍ତେ ସୂଚନା ଦେଇଥିଲେ। ନିଜେ କହିବା ଅନୁସାରେ ସେ ଅବସର ଗ୍ରହଣ ଦିନ ହିଁ ଶିକ୍ଷୟତ୍ରୀ କବିତା ପାତ୍ରଙ୍କୁ ସମ୍ପୂର୍ଣ୍ଣ ପେନସନ ପ୍ରଦାନ କରିଛନ୍ତି। ଏହା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ରତ କନିଷ୍ଠ ସହାୟକ ଶ୍ରୀ ରଞ୍ଜନ କୁମାର ପ୍ରଧାନଙ୍କ ପ୍ରଚେଷ୍ଟା ଏବଂ କଣ୍ଟ୍ରାଲର ଅଫ ଆକାଉଣ୍ଟସ୍ ଭୁବନେଶ୍ୱର ଠାରେ କାର୍ଯ୍ୟରତ ଡେପୁଟି କଣ୍ଟ୍ରାଲର ଅଫ ଆକାଉଣ୍ଟସ୍ ଧରିତ୍ରୀ ବରାଳ ମହୋଦୟାଙ୍କ ସମ୍ପୂର୍ଣ୍ଣ ସହଯୋଗ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି। ସ୍ଥାନୀୟ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ମହଲରେ ଏକ ଖୁସିର ଲହରୀ ଖେଳି ଯାଇଛି।