ଗଞ୍ଜେଇ ଓ ବ୍ରାଉନ ସୁଗାର ଜବତ : ତିନି ଗିରଫ

ବାଲିଗୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଆଉ ଏକ ସଫଳତା। ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ, ମୋବାଇଲ ଫୋନ ଜବତ ସହ ଘଟଣାରେ ସଂଶିଷ୍ଟ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ କୁ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଏକ ଖବର ଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସୂଚନାରୁ ପ୍ରକାଶ ଯେ, ଚଳିତ ମାସ ୧ ତାରିଖ ସନ୍ଧ୍ୟାରେ ବାଲିଗୁଡା ପୋଲିସ ଏସଆଇ କିଶୋର ଚନ୍ଦ୍ର ପ୍ରଧାନ ଓ଼ ଅନ୍ୟ ପୋଲିସ କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ  ଗଞ୍ଜେଇ ଓ ବ୍ରାଉନ ସୁଗାର ଚାଲାଣ ହେଉଥିବା ଖବର ପାଇବା ପରେ ପାଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରି କ.ନୂଆଗାଁ ଅଞ୍ଚଳ ରେ ଏକ ପଲସର ମୋଟର ସାଇକେଲରେ ଦୁଇଜଣ ବ୍ୟକ୍ତିଙ୍କୁ ତନଖିବା ସମୟରେ ସେମାନେ ବାଲିଗୁଡ଼ା ଥାନା ଗୁଳିମରାପଦା ସାହିର ଦିପକ କୁମାର ଦିଗାଳଙ୍କ ଠାରୁ ଗଞ୍ଜେଇ ଏବଂ ବ୍ରାଉନସୁଗାର ନେଉଥିବା ସ୍ୱୀକାର କଲେ। ଏହି ଘଟଣା ରେ ଦୀପକର ସହଯୋଗୀ ବାଲିଗୁଡା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିର ମହେନ୍ଦ୍ର ମଲ୍ଲିକ ଓ଼ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ଅଞ୍ଚଳର କେ. ଶିବ ପ୍ରସାଦ ଆଚାରୀଙ୍କୁ ଯାଞ୍ଚ କରିବା ସମୟରେ ସେମାନଙ୍କ ଠାରୁ ୨୨ କିଲୋଗ୍ରାମ ଗଞ୍ଜେଇ, ୦୬ (ଛଅ) ଗ୍ରାମ ବ୍ରାଉନସୁଗାର, ଦୁଇଟି ମୋଟର ସାଇକେଲ, ଦଶଟି ମୋବାଇଲ ଫୋନ୍ ଜବତ କରି ବାଲିଗୁଡ଼ା ପିଏସ୍ ରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ବାଲିଗୁଡା ଥାନାର ଅନୁସନ୍ଧାନ କାରୀ ଅଧିକାରୀ ଏସ.ଆଇ.ପ୍ରମୋଦ କୁମାର ଜେନା ଏହି ଘଟଣା ରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ରଖିଛନ୍ତି।