ଆଇକନିକ ଆଦର୍ଶ ବିଦ୍ୟାଳୟରେ ଦୁଇ ଛାତ୍ର ମନାନୀତ 

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଆଦର୍ଶ ବିଦ୍ୟାଳୟ ଦୁଇ ଛାତ୍ର ଆଇକନିକ ଆଦର୍ଶ ବିଦ୍ୟାଳୟରେ +୨ଉଚ୍ଚ ଅଧ୍ୟାୟନ ପାଇଁ ମନାନୀତ ହୋଇଥିବା ରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।କିଶୋର ରଞ୍ଜନ ସାହୁଙ୍କ ପୁଅ ଦୀପକ ରଞ୍ଜନ ସାହୁ ୧୬୫ ରେଙ୍କ ରଖିଥିବା ବେଳେ ଭଗବାନ ପାଣିଗ୍ରାହୀଙ୍କ ପୁଅ ସନ୍ତୋଷ ପାଣିଗ୍ରାହୀ ୨୫୯ ରେଙ୍କ ରଖି ଥିବାରୁ ସବୁ ମହଳରେ ସ୍ୱାଗତର ସୁଅ ଛୁଟିବାରେ ଲାଗିଛି ।ଅଭିନାଶ ସାହୁଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଦୁଇଜଣ ଙ୍କୁ ଭବିଷ୍ୟତ କାମନା କରିଛନ୍ତି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ସାଂସଦ ବଳଭଦ୍ର ମାଝୀ, ଅଧକ୍ଷା ନୀଳାଦ୍ରି ନାୟକ, ଉପାଧ୍ୟାକ୍ଷ ରାଜେନ୍ଦ୍ର ବିଶୋଇଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସଫଳତା ପାଇଁ ଶୁଭ କମନା ଜ୍ଞାପନ କରିଛନ୍ତି।