କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଶୁକ୍ରବାର କୋକସରା ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, କୋକସରା ଫରେଷ୍ଟର ରଶ୍ମି ରଞ୍ଜିତା ନାଏକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ତ୍ରିଭୁବନ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କ୍ରମରେ ସ୍କୁଲ ପରିସରରେ ମୂଲ୍ୟବାନ ଗଛ ଗୁଡ଼ିକ ରୋପଣ କରାଯାଇଥିଲା। କୋକସରା ଫରେଷ୍ଟ ଗାର୍ଡ ହିମାନ୍ଦ୍ରୀ ତନୟା ବିଶି, ଅଶୋକ କୁମାର ନାଏକ, ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି, ଶିକ୍ଷକ ହେମନ୍ତ ମାଝୀ, ଶିକ୍ଷୟିତ୍ରୀ ସିମାରାଣୀ ସିଂ, ରଶ୍ମିତା ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।