ବର୍ଷାରେ ବେହାଲ ବିରୀଗୁଡା, ଘର ଭିତରେ ଆଣ୍ଠୁଏ ପାଣି

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ତିନିଦିନର ଲଗାତାର ବର୍ଷା ଫଳରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚଗାଁ ପଞ୍ଚାୟତର ବିରୀଗୁଡା ଗ୍ରାମର ଅବସ୍ଥା ସଚୋନୀୟ ହୋଇପଡିଛି। ଗ୍ରାମ ସହ ଅନେକ ଲୋକଙ୍କ ଘର ଭିତରେ ଆଣ୍ଠୁଏ ପାଣି ପସିଛି, ଚର୍ଚ୍ଚ ଅବସ୍ଥା ବି ସଚୋନୀୟ ହୋଇପଡିଛି।  ଦୁଇ ତିନିଦିନ ହେଲା ଘର ଭିତରେ ଚୁଲି ଜଳିନାହିଁ ଭୋକ ଉପାସରେ କଟୁଛି ଜୀବନ। ଧାନ, ଚାଉଳ ଅବା ଯେତେ ସବୁ ଆସବା ପାତ୍ର ରହିଥିଲା ସବୁ ପାଣିରେ କ୍ଷୟ କ୍ଷତି ହୋଇପଡିଛି। ଗ୍ରାମର ମଞ୍ଜୁଲତା ନାୟକ, ପ୍ରଶାନ୍ତ ନିଧି ଟାକ୍ରୀ ଙ୍କ ଗୃହ ଅଧିକ ପ୍ରଭାବିତ ହେବା ସହ ଅନେକ ଗୃହରେ ଆଣ୍ଠୁଏ ପାଣିରେ ଦୁର୍ବିସହ ଜୀବନ ବିତୁଛି। କେବଳ ଚଳିତ ବର୍ଷ ର ସମସ୍ୟା ନୁହେଁ ପ୍ରତିବର୍ଷ ଏମିତି ଦୟନୀୟ ଅବସ୍ଥାରେ କଟୁଛି ଏହି ଗ୍ରାମବାସୀଙ୍କ ଜୀବନ। ଗ୍ରାମରେ ଠୋପ ହୋଇ ପଡ଼ିରହିଛି ଡ୍ରାନ ବ୍ୟବସ୍ତା। ପାଣି ନିଷ୍କାସନ ମଧ୍ୟ ହୋଇପାରୁନାହିଁ ଯାହା ଫଳରେ ଆଣ୍ଠୁଏ ପାଣିରେ ଜର୍ଜରିତ ଜୀବନ ବିତୁଛି ଗ୍ରାମ ବାସୀଙ୍କ ଜୀବନ। ବିଶେଷ କରି ୧୪ ଏବଂ ୧୫ ନମ୍ବର ୱାର୍ଡ ରେ ବେଶୀ ପ୍ରବାହିତ ସବୁଆଡେ ପାଣି ଜମା ହୋଇ ନିଷ୍କାସନ ହୋଇ ପାରୁନାହିଁ। ବର୍ଷାରେ ଗ୍ରାମର ଭଗତ ବେନିଆ, ରିଙ୍କୁ କର୍କରା, ଗଜେନ୍ଦ୍ର ସୁନା, ଧର୍ମେନ୍ଦ୍ର ଭତ୍ରା,ଉପେନ୍ଦ୍ର ଭତ୍ରା,ମୁତୁଲ ଯାନୀ, ଙ୍କ କଚା ଘର ସମ୍ପୂର୍ଣ ଭାଙ୍ଗିବା ସହ ଅନେକ ଲୋକଙ୍କ କାନ୍ଥ ଭାଙ୍ଗି ପଡିଛି।  ଘଟଣା କୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେଠାରେ ତୁରନ୍ତ ଡ୍ରେନଜ ମରାମତି କରିବା ସହ ଖାଲୁଆ ସ୍ଥାନରେ ମାଟି ସମ୍ପୂର୍ଣ କରାଯିବ ଯାହା ଫଳରେ ଆଗକୁ ଆଉ ଏହି ସମସ୍ୟା ନାଉପୁଜିବ ସେ ନେଇ ପ୍ରତିଶୃତି ଦେଇଥିଲେ। ଏବଂ ତୁରନ୍ତ ସେଠାରେ ରେଭିନିଉ ଅଧିକାରୀ ବଳରାମ ନାୟକ ଜାଇ ସ୍ଥିତି ପରଖିବା ସହ ଭଙ୍ଗା ଘରକୁ ପଲିଥିନ ଦେବାର ବନ୍ଦ ବସ୍ତ କରିବାସହ, ଦମକଳ ବାହିନୀକୁ ଡକେଇ ଡକେଇ ଥିଲେ ସେତେବେଳକୁ ପାଣିରେ ପରିମାଣ କମିଯାଇଥିଲା। ତୁରନ୍ତ ଡ୍ରେନେଜ ସମସ୍ୟା ଦୂର କରିବା ସହ ବର୍ଷାରେ ଘର ଭାଙ୍ଗିଥିବା ପରିବାର ଙ୍କୁ ନୂତନ ଗୃହ ଯୋଗେଇ ଦେବାପାଇଁ ସାଧାରଣ ରେ ଦାବି ହେଉଛି।