ସଚେତନ ନାଗରିକ ମଞ୍ଚର ଆନ୍ଦୋଳନ ସ୍ଥଗିତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମଧୁ ଠାକୁର): କେସିଙ୍ଗା ସହରର ୧୦ ଗୋଟି ମୁଖ୍ୟ ଦାବୀ ନେଇ ଗତ ଜୁନ ମାସ ୧୮ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଦିନ  ପ୍ରତ୍ୟାହୃତ ହୋଇ ନ ଥିଲେ ମଧ୍ୟ ସ୍ଥଗିତ ରଖାଯାଇଛି।୧୮ ତମ ଦିନରେ ଜିଲ୍ଲା ମୁଖିଆ ତଥା ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ସଚେତନ ନାଗରିକ ମଞ୍ଚର ସଭାପତିଙ୍କ ସମେତ ସମସ୍ତ ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ସମସ୍ତ ୧୦ ଗୋଟି ଦାବୀ ଉପରେ ଗୋଟି ଗୋଟି କରି ସମସ୍ତ ସମସ୍ୟା ଉପରେ ମୁକ୍ତ ଆଲୋଚନା କରାଯାଇ ଥିଲା। ଦାବୀ ଗୁଡ଼ାକ ଶୁଣିଲା ପରେ ଜିଲ୍ଲାପାଳ ସମସ୍ତ ଦାବୀ ଗୁଡ଼ାକ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ପ୍ରକ୍ରିୟାରେ ରହିଛି ବୋଲି କହି ଆନ୍ଦୋଳନ ସମାପ୍ତ କରିବା ପାଇଁ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ।ପରେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଓ ସମସ୍ତ ଦାବୀ ସରକାରୀ ପ୍ରକ୍ରିୟା ରହିଥିବା ଶୁଣି ସଚେତନ ନାଗରିକ ମଞ୍ଚର ସଭାପତି ଆନ୍ଦୋଳନକୁ ପ୍ରତ୍ୟାହୃତ ନ କରି ସ୍ଥଗିତ ରଖିବା ପାଇଁ ମଞ୍ଚରୁ ଘୋଷଣା କରିଥିଲେ।ପ୍ରଶାସନ ପକ୍ଷରୁ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା,ସ୍ଥାନୀୟ ତହସିଲଦାର ପ୍ରଶାନ୍ତି ପ୍ରଧାନ,ବିଡ଼ିଓ ଜନ୍ମେଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *