କୋଣାର୍କ ସୂତାକଳରୁ ଲୁହା ଚୋରି ଘଟଣା ;  ୫ ଗିରଫ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଚାରି ଦଶନ୍ଧି ଧରି ବନ୍ଦ ପଡ଼ିଥିବା କୋଣାର୍କ ସୂତାକଳ ପରିସରରୁ ଗତକାଲି ରାତିରେ କିଛି ଦୁବୃର୍ତ୍ତ ଲୁହା ଚୋରୀ ନେଇ ଥିବା ସୂତାକଳ କର୍ତ୍ତୃପକ୍ଷ ଜାଣିବା ପରେ କେସିଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରି ଭବାନୀପାଟଣା ରୁ ସନ୍ଧାନି କୁକୁର ଆଣି ତନାଘନା ଆରମ୍ଭ କରିଥିଲେ। ଶେଷରେ ୪ ଜଣ ଅଭିଯୁକ୍ତ ଓ ଲୁହା ସାମଗ୍ରୀ କିଣିଥିବା କେସିଙ୍ଗା ବୋରିଂପଦର ଜଣେ କବାଡି ବାଲା କୁ ଗିରଫ କରି କେସ ନ ୩୪୧/୨୫ ରେ ବୁକ କରି ବିଭିନ୍ନ ଧାରାରେ କୋର୍ଟ ଚାଲାଣ କରିଛି ତାଙ୍କ ଠାରୁ ପୋଲିସ ୨୫୦ କେଜି ଲୁହା ସାମଗ୍ରୀ ଜବତ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଗରୁଡ଼ ସେନାପତି(୩୫), ଅନିଲ ପୁଟେଲ (୨୮), କିଶୋର ନାଏକ/ ବିକ୍କି(୩୩), ଚତୁର୍ଭୁଜ ବାରିକ (୩୨) ଏବଂ କବାଡି ବାଲା ଏମ ଡି ସିଧିକି ବୋଲି ପୋଲିସ ପ୍ରକାଶ କରିଛି। ଏଠାରେ ପ୍ରକାଶ ଥାଇକି ଉକ୍ତ ବନ୍ଦ ପଡ଼ିଥିବା କୋଣାର୍କ ସୂତାକଳ ରୁ ଆଗରୁ ଅନେକ ମୂଲ୍ୟବାନ ଜିନିଷ ପତ୍ର ଚୋରି ହୋଇଥିଲେ ମଧ୍ୟ ପୋଲିସ ର ହାତ ଚୋର ମାନକ ପାଖରେ ପହଞ୍ଚି ପାରୁନଥିଲା କିନ୍ତୁ ବର୍ତ୍ତମାନ କେସିଙ୍ଗା ପୋଲିସ କୁ ଚୋର ଧରିବାରେ ସଫଳତା ମିଳିଛି।