କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଉଡ୍ ଘାଟନୀ କାର୍ଯ୍ୟକ୍ରମ ମହାସମାରୋହ ରେ ଆୟୋଜିତ ହୋଇଯାଇଛି। ଉଚ୍ଚ ଶିକ୍ଷା ବିଭାଗ ର ଆର୍ଥିକ ଅନୁଦାନରେ ବାଳକ ସାଧାରଣ ପ୍ରକୋଷ୍ଠ , ଲୋକସଭା ସଦସ୍ୟଙ୍କ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଆର୍ଥିକ ଅନୁଦାନରେ ନିର୍ମିତ ରାତ୍ରି ଜଗୁଆଳି କକ୍ଷ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନୂତନ କାର୍ଯ୍ୟାଳୟ କୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଯୋଗଦେଇ ଉଦ୍ ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ରୂପେ କେସିଙ୍ଗା ଗୋଷ୍ଠି ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ଯୋଗଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଯୁବ ରେଡକ୍ରସ୍ କାଉନସେଲର ଅଧ୍ୟାପକ ରାଇମୋହନ ମାଝି ଏବଂ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମଣି ରଣା ଙ୍କ ତତ୍ତ୍ଵାବଧାନରେ ସମସ୍ତ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ ।