ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପଶାମୟାଲାରାମରେ ଥିବା ଏକ ଘୋରେଇ କାରଖାନାରେ ସୋମବାର କୌଣସି କାରଣରୁ ହଠାତ ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ କୋଦଭଟ୍ଟା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକ ରମେଶ ଗୌଡ଼ (୨୨) ଏବଂ ଚଇତୁ ଭତ୍ରା(୨୩)ଙ୍କ ମୃତ୍ୟୁ ଘଟିଥିଲା। କମ୍ପାନୀ ପକ୍ଷରୁ ଆଜି ଉଭୟଙ୍କ ମୃତ୍ୟୁ ଶରୀର ଆମ୍ବୁଲାନ୍ସ ଯୋଗେ ଗାଁ କୁ ଫେରିଛି । ରମେଶଙ୍କ ମର ଶରୀର ସାଢ଼େ ତିନି ଘଣ୍ଟା ସମୟରେ ପହଞ୍ଚି ଥିବା ବେଳେ ସନ୍ଧ୍ୟା ସାଢ଼େ ପାଞ୍ଚ ଘଣ୍ଟା ସମୟରେ ଚଇତୁଙ୍କ ମର ଶରୀର ଗାଁ ରେ ପହଞ୍ଚିଥିଲା ଶେଷରେ କୋଦଭଟ୍ଟା ଗାଁ ସ୍ମଶାନରେ ଶୋକାକୁଳ ପରିବେଶରେ ଶେଷକୃତ ସଂପନ୍ନ ହୋଇଥିଲା। କମ୍ପାନୀ ଉଭୟ ପରିବାରକୁ ଆର୍ଥିକ ସହାୟତା ଏକ ଲକ୍ଷ ଯୋଗାଇ ଦେଇଥିବା ସୂଚନା ମିଳିଛି। ପ୍ରକାଶ ଯେ କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରା ଙ୍କ ସହିତ ପୋଡଶି ଗ୍ରାମର କିଛି ଶ୍ରମିକ ମଧ୍ୟ ଏକ ମାସ ତଳେ ତେଲଙ୍ଗାନାର ଔଷଧ କାରଖାନାରେ କାମ କରିବା ପାଇଁ ଯାଇଥିଲେ। ତେବେ କାମ କରିବା ସମୟରେ ସୋମବାର ଦିନ ୨ଘଣ୍ଟା ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣ ହୋଇଥିଲା।ବିସ୍ଫୋରଣ ଯୋଗୁଁ କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରାଙ୍କ ମୃତ୍ୟୁ ହୋଇଥିଲା। ସେଥିରେ ଯାଇଥିବା ଶ୍ରମିକ ଫୋନ ଯୋଗେ ସୂଚନା ଦେଇଥିଲେ।ଖବର ପାଇ ୱାର୍ଡ ସଭ୍ୟ କୁମ ଭତ୍ରା,ଶୁକମନ ଗୌଡ଼, ଚଇତୁ ଭତ୍ରା, ବଳି ଗୌଡ଼ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଗତକାଲି ରାତିରେ ଏନଏ ପରୀକ୍ଷା ପରେ ପରିବାର ଲୋକଙ୍କୁ ମର ଶରୀର ପ୍ରଦାନ କରାଯାଇଥିଲା।