କେସିଙ୍ଗାରେ ତିନି ଦିନ ଧରି ଅନବରତ ଜଳୁଛି ଷ୍ଟ୍ରିଟ ଲାଇଟ୍

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) :  ତିନି ଚାରି ଦିନ ହେବ ଜିଲ୍ଲାରେ ବର୍ଷା ଲାଗିରହିଛି।ସେହିପରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ମଧ୍ୟ ବଡ଼ ବର୍ଷା ନ ହେଲେ ମଧ୍ୟ ଝିପିରି ଝିପୀରି ବର୍ଷା ମନକଲେ ବର୍ସୁଛି।ହେଲେ ଏହି ବର୍ଷାରେ ବିଗତ ତିନି ଦିନ ହେଲାଣି କେସିଙ୍ଗା ୱାର୍ଡ ନ ୯ ର ଷ୍ଟ୍ରିଟ ଲାଇଟ ଗୁଡ଼ାକ ଦିନ ରାତି ଜଳୁଛି।ଲାଇଟ ଜଲାଇବା ଓ ଲିଭାଇବା ଟି ପି ଡବ୍ଲୁ ର କର୍ମଚାରୀ ଙ୍କ ଅଧିନରେ ଥିବା ବେଳେ ତିନି ଦିନ ହେଲାଣି ଡାଇତ୍ୱରେ ଥିବା କର୍ମଚାରୀ ଜଣକ ଲାଇଟ ଲିଭାଇବା ପାଇଁ ଭୁଲି ଯାଇଛନ୍ତି ନା କୁଆଡେ ଛୁଟି ରେ ଯାଇଛନ୍ତି ଜାଣି ହେଉନାହିଁ।ସେପରେ ସହରରେ ଥିବା ସମସ୍ତ ଷ୍ଟ୍ରିଟ ଲାଇଟ ର ବିଲ କେସିଙ୍ଗା ଏନ୍ ଏ ସି ଦେଇ ଥାଏ ପୁଣି ସେଇଟା ବି ଲୋକଙ୍କ ଟ୍ୟାକ୍ସ ପଇସା ରୁ ମୋଟା ମୋଟି କହିବାକୁ ଗଲେ ଲୋକଙ୍କ ଟ୍ୟାକ୍ସ ପଇସା ର କେସିଙ୍ଗା ରେ ହେଉଛି ଅପଚୟ।ଅନ୍ୟ ପଟେ ଛୋଟ ଛୋଟ ଗାଁ ମାନକର ବର୍ଷା ହେଲେ ଦିନ ଦିନ ଧରି ଲାଇଟ ରହୁନାହିଁ କିନ୍ତୁ ସହରରେ ଦିନ ରାତି ୨୪ ଘଣ୍ଟା ଲାଇଟ ଜଳି ଅଯଥାରେ ବିଦ୍ୟୁତ୍ ଖର୍ଚ୍ଚ ହେବା ସହିତ ବିଲ ମଧ୍ୟ ବଢୁଛି।ଉକ୍ତ ବିଷୟ ଉପରେ ଗୁରୁତ୍ୱାରୋପ କରି ଏହାର ର ଉଚିତ୍ ସମାଧାନ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।