କାଦୁଅ ପଚ୍ ପଚ୍ ନୁନପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ରାସ୍ତାର ଉନ୍ନତି କରଣ ନେଇ କୋଟି କୋଟି ଅର୍ଥ ବ୍ୟୟ ବରାଦ କରାଯାଉଛି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କାମ ମାନ ନିମ୍ନ ମାନର ହୋଇଥିବା ବେଳେ ମାସେ ନପୁରୁଣୁ କାଦୁଅରେ ପଚ୍ ପଚ୍ ଯୋଗୁଁ ସ୍ଥିତି ବେହାଲ।। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୋପାଳପୁର ଠୁ ରାୟ ପୁରକୁ ସଂଯୋଗ କରୁଥିବା ୫୯ନମ୍ବର ଜାତୀୟ ରାଜପଥ ମ.ରାମପୁର ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ନୁନପୁରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା । ଏକ ମାସ ହେବ ରାସ୍ତାରେ ପିଚୁ କାମ କରାଯାଇଥିଲା ତାହା ନିମ୍ନ ମାନର କାର୍ଯ୍ୟ ଯୋଗୁଁ ରାସ୍ତାରେ ଆଣ୍ଠୁଏ ଲେଖାଏଁ ରାସ୍ତା ଦବି ଯାଇ କାଦୁଅ ପଚ୍ ପଚ୍ ହୋଇ ପଡ଼ିଛି ଅନେକ ଦୁର୍ଘଟଣା ମଧ୍ୟ ଘଟିଥିବା ଅଭିଯୋଗ ହୋଇଛି ଏଥିପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।