ବିଜେପି ପକ୍ଷରୁ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳନ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ମହାନ ଶିକ୍ଷାବିତ, ପ୍ରଖର ରାଷ୍ଟ୍ରବାଦୀ ଏବଂ ଭାରତୀୟ ଜନସଂଘର ସଂସ୍ଥାପକ ଡ଼ଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ କୋକସରା ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ପାଳିତ ହୋଇଛି। ମଣ୍ତଳ ସଭାପତି ବସନ୍ତ ନାଗଙ୍କ ଅଧ୍ୟକ୍ଷତାରେ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ପୂର୍ବକ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ଅବସରରେ ତ୍ରିନାଥ ଶବର, ମଣ୍ଡଳ ସମ୍ପାଦକ ମନୋଜ କୁମାର ନାଏକ, ଶାରଳା ପ୍ରଧାନୀ, ଧର୍ମାନନ୍ଦ ନେଗି, ନବୀନ ପ୍ରଧାନୀ, ସୋମନାଥ ବାଗ, ଭାବଗ୍ରାହୀ ପ୍ରଧାନୀ, ସେହିପରି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସାଧାରଣ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୁଝାରୀ, ତୁଲରାମ ନାଏକ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଥିଲେ।