ମ.ରାମପୁର ବନବିଭାଗ ଦ୍ୱାରା କୁଟୁରା ଛୁଆ ଉଦ୍ଧାର

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ,ରାମପୁର ରେଞ୍ଜ ଅନ୍ତର୍ଗତ ମ,ରାମପୁର ଫରେଷ୍ଟ ଅଞ୍ଚଳ ର ଅରଣ ଝରଣ ଗାଁ ନିକଟ ରେ ଏକ କୁଟୁରା ଛୁଆ ଉଦ୍ଧାର କରାଯାଇଛି। ମ,ରାମପୁର ବନପାଳ ଦୀପକ ସା, ବନରକ୍ଷୀ ବାଳ କୃଷ୍ଣ ଜାଲ୍,ଲକ୍ଷ୍ମୀ ଦୋରା, ମଧୁସ୍ମିତା ଭୋଇ ଙ୍କ ଦ୍ଵାରା ଉଦ୍ଧାର କରା ଯାଇଥିବା ବେଳେ ଏସିଏଫ୍ ଅସିତ୍ କୁମାର ଦାଶଙ୍କ ତତ୍ତ୍ଵାବଧାନରେ କୁଟୁରା ଛୁଆ କୁ ବନ ବିଭାଗ ନିଜ ଦାୟିତ୍ଵ ରେ ରଖିଛି। ଉକ୍ତ ଛୁଆଟି ମାତ୍ର ଦୁଇ/ତିନି ଦିନ ତଳେ ଜନ୍ମ ହେଇଥିବାରୁ ତାକୁ ଉପଯୁକ୍ତ ଭାବେ ଯତ୍ନ କରାଯାଇ, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ କୁଟୁରାଟିକୁ ଚିଡ଼ିଆଖାନା କିମ୍ବା ଅନ୍ୟ ଜାଗାକୁ ପଠାଯିବ ବୋଲି ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସିଏଫ ଶ୍ରୀଦାସ।