ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଶନିବାର ସନ୍ଧ୍ୟାରେ ତୁମ୍ବର୍ଲା ଫାଣ୍ଡି ଧନସୁଲି ନିକଟରେ ୨ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଚକ୍ର ଭତରା ମୃତ୍ୟୁ ବରଣ କରିଥିବାବେଳେ ବିଜୟ ଭତରା ଓ ରାମ ଭତରା ଗୁରୁତର ହୋଇଛନ୍ତି। ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ବାଇକ ୨ଟି ଜବତ କରିଛି। ସୂଚନା ପ୍ରକାରେ ତୁମ୍ବର୍ଲା ପଂଚାୟତ ମହୁଲପଦରର ରାମ ଓ ବିଜୟ ଏକ ବାଇକରେ ପାପଡାହାଣ୍ଡି ଆଡ଼କୁ ଆସୁଥିବା ସମୟରେ ବିପରିତ ନାକଟିଗୁଡାର ଚକ୍ର ପାପଡାହାଣ୍ଡି ରୁ ଫେରିବାବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା। ସମସ୍ତଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଯେଉଁ ଠାରେ ଚକ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ। ୨ଜଣ ଅତ୍ୟନ୍ତ ଗୁରୁତରକୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଛି। ପୋଲିସ ତଦନ୍ତ ଯାରି ରଖିଛି।