ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ,ଉତ୍ତର ବନଖଣ୍ଡ ମ .ରାମପୁର ବନାଞ୍ଚଳ ଏ.ସି.ଏଫ ଅସିତ କୁମାର ଦାସଙ୍କ ତତ୍ୱାବଧାନ ୧ ଜୁଲାଇରୁ ଆରମ୍ଭ ହୋଇଥିବା ୭୫ତମ ବନ ମହୋତ୍ସବ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ୪ଗୋଟି ସେକ୍ସନ ଯଥା ମଦନପୁର ସେକ୍ସନ ୧୦ ,ମ.ରାମପୁର ୦୭ ମୋହନଗିରି ୦୬ ଏବଂ ଜୁରାଖମାନ ସେକ୍ସନ ୦୫ ମୋଟ ୨୮ ଗୋଟି ସ୍ଥାନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବନପାଳ ଦୀପକ ସା ,ସମ୍ପଦ କୁମାର ,ସୁବେନ୍ଦୁ ବିଶି ,କ୍ଷୀରୋଦ ସେଠ ,ରତ୍ନାକର ଧାରୁଆ ,ବନରକ୍ଷୀ ବାଳକୃଷ୍ଣ ଜାଲ ,ଯେମନ୍ତ ଗୌଡ଼ ,ଗୋପୀନାଥ ନାୟକ ,ସତ୍ୟମ ମାଝୀ ,ସନ୍ତୋଷ ଶିଖା ,ସସ୍ମିତା ନାୟକ ,ସତ୍ୟ ଭାମା ନାଗ ,ସୁମତି ରାଉତ,ସାଧନା ପଧାନ,ରୀନା ପଧାନ ଗ୍ରାମ୍ୟ ବିକାଶ ସଙ୍ଗଠନ ପି.ଏନ.ଜି.ଓ. ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ,ବିକାଶ ଅଧିକାରୀ କୁନୁ ଛତ୍ରୀଆ,ସଦାନନ୍ଦ ପଧାନ ଉପସ୍ଥିତ ରହି ବୃକ୍ଷ ରୋପଣ ମହତ୍ତ୍ୱ ,ଏହାର ଉପକାର ,ବନ ମହୋତ୍ସବ ର ଉର୍ଦ୍ଧେଶ୍ୟ ଉପରେ ସଚେତନ କରିଥିଲେ ।ଏତିଥି ପଞ୍ଚାୟତ ପ୍ରତିନିଧି ,ସାମ୍ବାଦିକ ,ବୁଦ୍ଧିଜୀବୀ ଛାତ୍ରଛାତ୍ରୀ ଓ ଅତିଥି ମାନେ ପଣସ, ଅଁଳା ,ପିଆଶାଳ ,ଅଶୋକ ,କରଞ୍ଜ ଭଳି ଅନେକ ଚାରା ରୋପଣ କରିଥିଲେ ।ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁର କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ ଓ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ଅଧ୍ୟାପକ ରିପୁ ଦମନ ମିଶ୍ର,ଗଣେଶ ଦୋରା, ଜଗମୋହନ ସୁନା,ମହେନ୍ଦ୍ର ବେଶ୍ରା ,ଅର୍ଚନା ରାଉତ ,ସୁବଳ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।