ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରାରେ ବୃକ୍ଷରୋପଣ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ୭୬ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଖଲିଗଡ଼ ପାଦଦେଶରେ ଥିବା କଳାହାଣ୍ଡିର ଅନ୍ୟତମ ପର୍ଯ୍ୟଟନସ୍ଥଳି ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ସୋମବାର ବୃକ୍ଷରୋପଣ କରାଯାଇଛି। ଗୁଡହାଣ୍ଡି ଡୋକରୀ ଚଞ୍ଚରା ଉନ୍ନୟନ କମିଟି (ଇଟିଜି) ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କାଉଁର ମୁଖ୍ୟବକ୍ତା, ବେହେରା ସେକ୍ସନ ଫରେଷ୍ଟର ରାଜେନ୍ଦ୍ର ନାଏକ, ସଞ୍ଜୟ ସିଙ୍ଗଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ସ୍ଥଳୀର ଶ୍ରୀରାମ ମନ୍ଦିର ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ। ଏହି କ୍ରମରେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗଙ୍କ ସଭାପତିତ୍ବରେ ମନ୍ଦିର ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବୃକ୍ଷରୋପଣର ପରବର୍ତ୍ତୀ ସୁରକ୍ଷା, ରକ୍ଷଣାବେକ୍ଷଣ ଦାୟିତ୍ୱ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଡୋକରୀ ଚଞ୍ଚରା ଉନ୍ନୟନ କମିଟି (ଇଟିଜି) ସଭାପତି ଡମ୍ବରୁ ମାଝି, ସମ୍ପାଦକ ମଣିରାମ ବାଣୁଆ, ଖଗେଶ୍ବର ପାଣିଗ୍ରାହୀ, ବନୁ ମାଝୀ, ପଦ୍ମନ ଚଲାନ, ଶିବ ପ୍ରସାଦ ବାଣୁଆ, ବିରେନ କନ୍ଧ, ଦିଲିପ୍ ନାଏକ, ଦୈତାରୀ ଶବର, ଭିବେ ଭାରଶଗରିଆ, ଶ୍ରୀଧର ଭୋଇ, ରଘୁନାଥ ନାଗ, ଦେବୀ ସିଂ ନାଗ, ବୈକୁଣ୍ଠ ନାଏକ, କୁନୁ ପୁଝାରୀ ସମେତ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ବନ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।