କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ୧୬ ବର୍ଷର ନାଳିକାକୁ ଅପହରଣ କରିଥିବା ଅଭିଯୋଗରେ କୋକସରା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ଜୁନାଗଡ଼ ବ୍ଲକ କଲୋପଳା ଗ୍ରାମର ଚନ୍ଦ୍ରକାନ୍ତ ଶବର(୩୦) ବୋଲି ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଗତ ଜୁନ୍ ୨୧ ତାରିଖ ଅପରାହ୍ନରେ ଖୁଣ୍ଟିଆ ସରଧାପୁର ଗ୍ରାମର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ୨୨ ତାରିଖ ଦିନ କୋକସରା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ନାବାଳିକାକୁ ଉଦ୍ଧାର କରିବା ସହ ଚନ୍ଦ୍ରକାନ୍ତଙ୍କୁ ପୁଲିସ ଗିରଫ କରିଥିଲା। ଏହି ଘଟଣାରେ ପଚରାଉଚରା ପରେ ଆଜି ଅଭିଯୁକ୍ତ ଯୁବକ ଚନ୍ଦ୍ରକାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୋକସରା ଥାନା ପକ୍ଷରୁ ସୂଚନା ମିଳିଛି।