ପେନସନ ଭୋଗି କଳାକାର ସଂଘର ନୂତନ କର୍ମକର୍ତ୍ତା ଚୟନ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା କଲ୍ୟାଣ ମଣ୍ଡପ ଠାରେ ଜୟପାଟଣା ବ୍ଲକର ସାଂଗଠାନିକ ବୈଠକ ବ୍ଲକ ସଭାପତି କ୍ଷୀରୋଦଚନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନାଟ୍ୟ ଭୂଷଣ ତଥା ଜିଲ୍ଲା ସଭାପତି ପ୍ରଦୀପ ଧଙ୍ଗଡା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଘୁମୁରା ଗୁରୁ ତଥା ଜିଲ୍ଲା ସମ୍ପାଦକ ତୀର୍ଥରାଜ ଦଳପତି ମୁଖ୍ୟ ବକ୍ତା,ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ଉପସଭାପତି ମହେଶ୍ୱର ସରାଫ, ପ୍ରଶାନ୍ତ ପଟ୍ଟଯୋଶୀ, ଜୋନ ସଭାପତି ଉପେନ୍ଦ୍ର ତେଣ୍ଡକାରି,ସମ୍ପାଦକ ଲଛମନ ନାୟକ, କୋଷାଧ୍ୟକ୍ଷ ବିଜୟ ପ୍ରଧାନି, କୋକସରା ବ୍ଲକ ସଭାପତି ଡମ୍ବରୁଧର ଖର୍ସେଲ,ଜୟପାଟଣା ର ବରିଷ୍ଠ କଳାକାର ଶ୍ରୀନିବାସ ବେହେରା, ଲବ ଦଳପତି ପ୍ରମୁଖ ଯୋଗ ଦେଇଥିଲେ।ଗୌତମ ଖମାରୀ ସ୍ବାଗତ ଭାଷଣ ଦେଇଥିବା ବେଳେ ରବିନାରାୟଣ ବେହେରା ମଞ୍ଚପରିଚଳନା କରିଥିଲେ।ନୂତନ କମିଟି ମନୋନୟନ ରେ ସଭାପତି ଭାବେ ସତ୍ୟା ନନ୍ଦ ପୁଝାରୀ, ଉପସଭାପତି ଗୌତମଖମାରୀ, ପରମେଶ୍ବର ନାଗ, ସମ୍ପାଦକ ଭାବେ ଯୁଗଳ ମାଝୀ,ଯୁଗ୍ମ ସମ୍ପାଦକ ସୁଧାଂଶୁ କୁମାର ଠାକୁର,ଲାଲ ବାହାଦୁର ବାଗ, କୋଷାଧ୍ୟକ୍ଷ ରବି ନାରାୟଣ ବେହେରା ମନୋନୀତ ହୋଇଥିଲେ। ଏହି ସଭାରେ ପେନସନ ଭୋଗୀ କଳାକାର ଙ୍କ ସାମୁହିକ ଓ ବ୍ୟକ୍ତିଗତ ଉନ୍ନତି ସହ ଆମ କଳାକୁ ବଞ୍ଚାଇବାକୁ ଅହରହ ପ୍ରୟାସ ସହ ସାଂଗଠାନିକ ମଜଭୁତ ଉପରେ ଆଲୋକପାତ ହୋଇଥିଲା।