ସମର୍ଥନ ଜଣାଇ ଆନ୍ଦୋଳନରେ ବସିଲେ ରାଜ୍ୟ ସରପଞ୍ଚ ସଂଘ ସଭାପତି
ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ଦୁଇ ଦିନ ହେଲା ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୬ ଦଫା ସମ୍ବଳିତ ଦାବିକୁ ନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରିଆସୁଥିବା ନେଇ ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ, ସମାଜ ସେବୀ ସତ୍ୟ ନାରାୟଣ ସାହୁ ଆନ୍ଦୋଳନ ରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି। ଡ଼୍ରାଇଭର ମାନଙ୍କ ୬ ଦଫା ଦାବି ଓଡ଼ିଶା ମୋଟର ଷ୍ଟ୍ରାନ୍ସପୋର୍ଟ ଓ ଓ୍ବାର୍କର ଓ୍ବେଫାୟାର ବୋଡ ଅଟୋ ଡ୍ରାଇଭରର କୁ ସାମିଲ କରାଯାଉ, ଜନସାଧାରଣ ଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯାଉ, ବୃତ୍ତି ଗତ ଡ୍ରାଇଭର ଙ୍କୁ ୬୦ ଵର୍ଷ ବୟସ ପରେ ସ୍ବତନ୍ତ୍ର ସତ୍ୟ ପ୍ରଦାନ କରାଯାଉ,ଗାଡି ଗୁଡିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମ ଗାର ଶୈ।ଚାଳୟ ବ୍ୟବସ୍ଥା ପ୍ରତ୍ୟେକ ୧୦୦ କି:ମି ଦୂରରେ ନିର୍ମାଣ କରାଯାଉ, ଓଡ଼ିଶା ରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନା ଗୁଡିକ ରେ ଶତକଡା ୭୦% ଭାଗ ଓଡ଼ିଶା ର ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯାଉ, ସେପ୍ଟେମ୍ବର ୧ ତାରିଖ କୁ ଜାତୀୟ ଡ୍ରାଇଭର ଦିବସ ରୂପେ ମାନ୍ୟତା ଦିଆଯାଉ ବୋଲି ମ, ରାମପୁର ବ୍ଲକ ର ଡ୍ରାଇଭର ମହାସଂଘ ର ବ୍ଲକ ସଭାପତି ବିଶ୍ବ ରଞ୍ଜନ ମାହାର , ସମ୍ପାଦକ ତରୁଣ ହାତୀ,ସହ ସମ୍ପାଦକ ମୋହିତ ବାଗ ଓ ଧର୍ମା ଧରୁଆ, କୋଷାଧ୍ୟକ୍ଷ ଗୈାରାଙ୍ଗ ମାଝୀ, ଉପଦେଷ୍ଟା ତ୍ରୀଲୋକ୍ଯ ନାୟକ, ଭବାନୀ ଶଙ୍କର ବିଶି ପ୍ରମୁଖ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଆମର ଦାବି କୁ ରାଜ୍ୟ ସରକାର ପୂର ନ କରନ୍ତି ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଡ଼୍ରାଇଭର ମାନଙ୍କ ଆନ୍ଦୋଳନ ଦ୍ଵାରା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।