ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ଚାଷଜମିରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷି ମୃତ । ଏଭଳି ଏକ ଅଭାବନୀୟ ଦୁଃଖଦପୂର୍ଣ୍ଣ ଘଟିଛି କୋକସରା ବ୍ଲକ ବଡପୋଡାଗୁଡା ଗାଁରେ। ମୃତକ ହେଲେ ଉକ୍ତ ଗାଁର ଚାଷି ଧନୁର୍ଯ୍ୟ ମଶ୍ରା ଓ କଛାର ପଡା ଗ୍ରାମର ଅନିରୁଦ୍ଧ ନାଏକ। ସେମାନେ ସମ୍ପର୍କରେ ଶଳା ଭିଣୋଇ ବୋଳି ସୂଚନା ମିଳିଛି। ସୂଚନା ମତେ ଆଜି ସକାଳେ ଦୁଇ ଜଣ ଚାଷି ବଡ଼ ପୋଡ଼ାଗୁଡା ନିକଟରେ ଥିବା ମୁଣ୍ଡୁରା ନଦୀ କୂଳରେ ଥିବା ଚାଷଜମିକୁ ମୋଟର ସାହାଯ୍ୟରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଘଟଣା ପରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ଆମପାଣି ପୋଲିସକୁ ସୂଚନା ଦେଇଥିଲେ। ସୂଚନା ମିଳିବା ପରେ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ଶବ ଜବତ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି। ଦୁଇ ଚାଷିଙ୍କ ଦୁଃଖଦ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।