ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଟାଉନ ନିକଟସ୍ଥ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଗତକାଲି ଜିଲ୍ଲା ସ୍ତରୀୟ ବକ୍ତୃତା, ପ୍ରବନ୍ଧ, ସଙ୍ଗୀତ ଆବୃତ୍ତି ଓ ଓଡ଼ିଆ ସାହିତ୍ୟ ସମ୍ପର୍କିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦ ଟି ବ୍ଲକରୁ ୪୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତନ୍ମମଧ୍ୟରୁ କନିଷ୍ଠ ବର୍ଗରେ ପ୍ରବନ୍ଧ- ସାଇନା ସାଲୋନୀକା ସାମଲ, ବକ୍ତୃତା – ଦିବ୍ୟାଂଶୀ ବାରିକ, କବିତା ଆବୃତ୍ତି – ଶ୍ରଦ୍ଧା ସୁମନ ସାହୁ, ସାଧାରଣ ଜ୍ଞାନରେ ସୌମ୍ୟବ୍ରତ ପାତ୍ର ଏବଂ ବରିଷ୍ଠ ବିଭାଗରେ ପ୍ରବନ୍ଧ – ଶ୍ରଦ୍ଧା ସ୍ୱରୂପା ଶା, ବକ୍ତୃତା – ସୁପ୍ରିୟା ମିଶ୍ର, କବିତା ଆବୃତ୍ତି – ସ୍ୱସ୍ତିକା ରାଉତ ଏବଂ ସାଧାରଣ ଜ୍ଞାନରେ ଶୁଭ୍ରାଂକ୍ଷୀ ସେନାପତି ପ୍ରତେକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ଛାତ୍ରଛାତ୍ରୀମାନେ ଆସନ୍ତା ତା ୧୩.୦୭. ୨୦୨୫ (କନିଷ୍ଠ ବର୍ଗ) ଓ ୨୦.୦୭.୨୦୨୫ (ବରିଷ୍ଠ ବର୍ଗ) ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ଆରମ୍ଭରୁ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସେଠିଙ୍କ ପୌରହିତରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଯାଜପୁର ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଯୋଗଦାନ କରି ପ୍ରତଯୋଗୀତାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ସଂସ୍କୃତି ବିଶାରଦ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଏବଂ ଡ଼. ଜ୍ଞାନରଞ୍ଜନ ପତି ଉପସ୍ଥିତ ଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ତଥା ଜିଲ୍ଲା ସଂଯୋଜକ କୁମାରସେନ ସେନାପତିଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା । ବିଚାରକ ରୂପେ ଯାଜପୁରସ୍ଥିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଲେଙ୍କା, ଡ଼. ଅକ୍ଷୟ କୁମାର ପଣ୍ଡା, ବିରଞ୍ଚି ନାରାୟଣ ଧଳ, ନିରୁପମା ସାହୁ, କୃଷ୍ଣ ଚନ୍ଦ୍ର ମିଶ୍ର, ଗୋପାଳ କୃଷ୍ଣ ରାୟ, ସାହିତ୍ୟ ଏକାଡେମୀର ସଦସ୍ୟା ସଂଯୁକ୍ତା ମହାପାତ୍ର, ସ୍ନହେସୁଦ୍ଧା ଓଝା ଓ କୈଳାଶ ଚନ୍ଦ୍ର ଓଝା ଆଦି ଯୋଗଦାନ କରିଥିଲେ ।
ପ୍ରତିଯୋଗିତାର ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର ଓ ସିଲ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ଉକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହେମନ୍ତ କୁମାର ସାହୁ, ଇପ୍ସିତା ସାହୁ, ଏସ କେ ମସଜିଦ ବକ୍ସର, ସୋମ୍ୟା ନାୟକ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ ।