ମିସ୍ କେସ ପାଇଁ ଲୋକେ ହନ୍ତସନ୍ତ ଅବ୍ୟବସ୍ଥା ଘେରରେ ମ.ରାମପୁର ତହସିଲ।

ମ.ରାମପୁର /କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା):  ଲୋକଙ୍କ କାର୍ଯ୍ୟକୁ ସରଳୀକରଣ କରିବା ପାଇଁ ସରକାର ଅନେକ ନିୟମ ଆଣୁଛନ୍ତି । ତତ୍ ସହିତ ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଜାହିର କରୁଛନ୍ତି ।ହେଲେ କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲ କାର୍ଯ୍ୟାଳୟ ଏବେ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସି ।ଲୋକଙ୍କୁ ଜନ୍ମ ଏବଂ ମୃତ୍ୟୁ ପ୍ରମାଣ ପତ୍ର ପାଇବା ପାଇଁ ମିସ୍ କେସର ଆବଶ୍ୟକତା ପଡ଼ୁଥିବା ଲୋକେ ଏବେ ଅନେକ ପ୍ରକାର ହନ୍ତସନ୍ତ ହେଉଛନ୍ତି। ମ.ରାମପୁର ତହସିଲ ଅଧିନରେ ଅନେକ ଦୁର୍ଗମ ଗ୍ରାମ ଗୁଡ଼ିକ ରହିଅଛି ।ଲୋକେ ସୁଚାରୁରୂପେ ନିଜ କାର୍ଯ୍ୟ ହେବା ଆଶାରେ ମ.ରାମପୁର ତହସିଲ କାର୍ଯ୍ୟାଳୟକୁ ଆସି ମିସ କେସ ସହ ବିଭିନ୍ନ କାର୍ଯ୍ୟ ପାଇ ଆବେଦନ କରୁଛନ୍ତି ହେଲେ ସେହି କାଗଜ ପତ୍ର କାର୍ଯ୍ୟାଳୟରେ ହଜି ଯାଉଛି ।ଗରିବ ନିରୀହ ଲୋକେ ଦୂର ଦୁରନ୍ତରୁ କାର୍ଯ୍ୟାଳୟକୁ ବାରମ୍ବାର ଆସି ନୟାନ୍ତ ହୋଇ ପଡ଼ୁଛନ୍ତି ବୋଲି ଅଭିଯୋଗ ହୋଇଛି। ବର୍ତମାନ ଛାତ୍ର ଛାତ୍ରୀ ମାନଙ୍କ ନାମ ଲେଖା ଚାଲୁଥିବାରୁ ଜନ୍ମ ଏବଂ ମୃତ୍ୟୁ ପ୍ରମାଣ ପତ୍ର ଜରୁରୀ ଥିବାରୁ ଲୋକେ ମିସ କେସ କରି ଆଦେଶ ଗ୍ରହଣ କରିବା ରେ ବିଳମ୍ବ ହେଉଛି। ମ.ରାମପୁର ତହସିଲ କାର୍ଯ୍ୟାଳୟରେ ଏକ ମିସ କେସ କଲେ ମାସ ମାସ ସମୟ ଲାଗୁଛି ଏବଂ ଗୋଟିଏ ଗୋଟିଏ ମିସ କେସ ର ଦସ୍ତା ବୀଜ ହଜେଇ ଦିଆ ଯାଉଛି। ଏଭଳି ଘଟଣା ଶୁଣି କିଛି ଆଇନ ଯିବି ଓ ବୁଦ୍ଧିଜୀବୀ ମାନେ କ୍ଷ୍ୟୋବ ପ୍ରକାଶ କରିଛନ୍ତି। ଗତ ଜୁନ୍ ୩ତାରିଖ ଦିନ ଗୋବର୍ଦ୍ଧନ ରଣା ଏକ ଜନ୍ମ ପ୍ରମାଣ ପତ୍ର ପାଇ ମିସ କେସ କରିଥିଲେ ହେଲେ ଏକ ମାସ ରୁ ଉର୍ଦ୍ଧ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦାଖଲକାରିଙ୍କୁ ଆଦେଶ ମିଳିପାରି ନାହିଁ। ତାହାର ଅଗ୍ରଗତି ବିଷୟରେ କିରାଣୀ ଦୀପ୍ତି ରଞ୍ଜନ ସାହୁଙ୍କୁ ପଚାରିବାରୁ ନୂତନ ତହସିଲଦାର ମେଡମ ମିସ କେସ ଗୁଡ଼ିକ କରିବା ପାଇ ମନା କରିଛନ୍ତି କିଛିଦିନ ଗଲା ପରେ କରିବି ବୋଲି କହିଛନ୍ତି ବୋଲି କଥାକୁ ଆଡେ଼ଇ ଦେଇଛନ୍ତି। ମିସ କେସ ପାଇଁ ମ.ରାମପୁର ତହସିଲ କାର୍ଯ୍ୟାଳୟରେ ଲୋକେ ବହୁ ହଇରାଣ ହେଉଛନ୍ତି ବୋଲି କବିଚନ୍ଦ୍ରପୁର,ବାରବନ୍ଧା, ବମକ,ସୀତାରାମପାଲି, ଉର୍ଲାଦାନି, ଦୁଡୁକାରଞ୍ଜା ଆଦି ଉପାନ୍ତ ଅଞ୍ଚଳର ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। ଏ ବିଷୟରେ ମତାମତ ନେବା ପାଇ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ଶ୍ରୀମତୀ ମୀମାଂସା ସାହୁଙ୍କୁ ଯୋଗାଯୋଗ କରିବା ପାଇ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇନଥିଲା। ଉକ୍ତ କାର୍ଯ୍ୟାଳୟର ଅବ୍ୟବସ୍ଥା ଓ ମ.ରାମପୁର ତହସିଲ କାର୍ଯ୍ୟାଳୟରେ ଅତି ସହଜ ଓ ସରଳ ଭାବରେ ସେବା ଯୋଗାଇଦେବା ପାଇ ରାଜସ୍ବ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସାମାଜିକ କର୍ମୀ ପବିତ୍ର ସାହୁ ,ଦେବେନ୍ଦ୍ର ସାହୁ,ରତ୍ନାକର ସାହୁ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *