କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଧର୍ମଗଡ଼ ବ୍ଲକ୍ ଦଣ୍ଡପାଟ ଅଞ୍ଚଳର ଅଗ୍ରଣୀ ସଂଗଠନ ଦନ୍ତେଶ୍ବରୀ ଯୁବକ ସଂଘ ପକ୍ଷରୁ ବେହେରା ହାଇସ୍କୁଲ ଖେଲ ପଡ଼ିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଘର ସଭାପତି କିରଣ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କ୍ରମରେ ହାଇ ସ୍କୁଲ ଖେଳ ପଡିଆରେ ଚାରା ରୋପଣ କରିବା ସହ ବୃକ୍ଷର ଯତ୍ନ ନେବାକୁ ବିଧାୟକ ଶ୍ରୀପାଟ୍ଟଯୋଷୀ ପରାମର୍ଶ ଦେଇଥିଲେ। ସଂଘ କର୍ମକର୍ତ୍ତାମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ୧ ଶହ ୫୦ ଗୋଟି ବୃକ୍ଷ ରୋପଣ କରିଥିଲେ। ଏବଂ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ମଧ୍ୟ ବୃକ୍ଷରୋପଣ କରିବା ପାଇଁ ଯୋଜନା କରାଯାଇଥିବା କୁହାଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସଂଘର ସଭାପତି ସମେତ ଉପ ସଭାପତି ଅନନ୍ତ ପଟେଲ, ସମ୍ପାଦକ ଗଗନ ନାଏକ, ସହ ସମ୍ପାଦକ ଜିତ ନାଏକ, ଟଙ୍କଧର ନାଏକ, ଉପଦେଷ୍ଟା ବଲରାମ ପୁଝାରୀ, ଘନଶ୍ୟାମ ପଟେଲ, ରାଜୁ ସିଂ ଠାକୁର ଓ ମଣ୍ଟୁ ଅଗ୍ରୱାଲ, ସଦସ୍ୟ ଭାଗୀରଥି ପଟେଲ, କ୍ଷୀରୋଦ ନାଏକ, ବିରନ ନାଏକ, ମୋହିତ ବାରିକ, ଟଙ୍କ ପଟେଲ, ବଳରାମ ରଣା, ରଶ୍ମି ନାଏକ, ଫରେଷ୍ଟ କର୍ମଚାରୀ ନମିତା ବାଗ ସମେତ ମିଶନ ଶକ୍ତି ସଦସ୍ୟ ପ୍ରମୁଖ ସାମିଲ ହୋଇଥିଲେ।