ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଧର୍ମଗଡ଼ ଅଞ୍ଚଳର ବରିଷ୍ଠ କ୍ରିଡ଼ାବିତ ତଥା ସାମ୍ୱାଦିକ ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ ଓ ସୋମ୍ୟରଞ୍ଜନ ରଞ୍ଜନ ନାଏକଙ୍କ ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ ହୋଇଛି। ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ବୃକ୍ଷରୋପଣ କରି ଜନ୍ମ ଦିନ ପାଳନ କରିଇଛି। ଏହି କ୍ରମରେ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସନ୍ଦିକୁଲିଆରୀ ଠାରେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ୱେଲଫେୟାର୍ ଅର୍ଗାନାଇଯେସନ୍ କଳାହାଣ୍ଡି ପରିବାର ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ସ୍କୁଲ ପରିସରରେ ପିଜୁଳି, ବାଦାମ, ଜାମୁକୋଳି, ଆମ୍ବ ଗଛ ଭଲି ବିଭିନ୍ନ ପ୍ରକାରର ଶହେରୁ ଉର୍ଦ୍ଧ୍ବ ଗଛ ଲଗା କରାଯାଇଛି। ଯାହା ଆଗାମୀ ଦିନରେ ଏହି ସ୍କୁଲରେ ସବୁଜ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ନୋଡାଲ ଉଚ୍ଚ ବିଦ୍ୟାଳୟ ସନ୍ଦିକୁଲିଆରୀର ପ୍ରଧାନ ଶିକ୍ଷକ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେରେ ସୋମ୍ୟରଞ୍ଜନ ନାଏକ, ସୁଧିର ଗୋପାଳ, ପ୍ରଦୀପ ସେଠିଆ, ମାଧବ ଠାକୁର, ଉମାକାନ୍ତ ସୁନାନୀ, ରମେଶ ସାଗର, ରିଙ୍କୁ ମଙ୍ଗରାଜ, ସୁମିତ ଖମାରୀ ସମେତ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣର ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା।