କୋକସରା ଡ଼ିଗ୍ରୀ କଲେଜରେ ବୃକ୍ଷରୋପଣ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବୃକ୍ଷ ମାନବ ସମାଜ ପାଇଁ ବରଦାନ ସଦୃଶ। ତେବେ ଗତ ଏକ ଦଶନ୍ଧି ହେଲା କେବଳ ଗଛ କଟା ଯୋଗୁଁ ଦେଶରେ ୧୬ ପ୍ରତିଶତ କମି ଆସିଛି। ତେଣୁ ପୂର୍ବପେକ୍ଷା ଏବେ ମାନବିକ କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ ଓ ବୃକ୍ଷରାଜି ପ୍ରତି ଅଧିକ ବିପଦ ରହିଥିବାରୁ ବୃକ୍ଷରୋପଣ ଅଧିକ ଗୁରୁତ୍ବ ବହନ କରୁଛି। ଏହି କ୍ରମରେ କୋକସରା ବ୍ଲକ ସଦର ମହକୁମା ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଶୁକ୍ରବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଲେଜ ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏହି କ୍ରମରେ ବୃକ୍ଷରୋପଣର ପରବର୍ତ୍ତୀ ସୁରକ୍ଷା, ରକ୍ଷଣାବେକ୍ଷଣ ଦାୟିତ୍ୱ ଉପରେ ମତପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ସୁକାନ୍ତ ବେହେରା, ଅଧ୍ୟାପକ ସୁବ୍ରତ ବେହେରା, ଏନସିସି ଏନ୍ଓ ଅଶ୍ୱିନ କୁମାର ପଟ୍ଟନାୟକ, ଅଧ୍ୟାପିକା କନକ ମଞ୍ଜୁରୀ ବେହେରା, ଶୁଭଶ୍ରୀ ସାହୁ, ବେଦମୟୀ ବାରିକ, କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ, ସୁନୀଲ ପ୍ରଧାନୀ, ଖେଳ ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି, ତପନ ବିଶି ସମେତ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି କଲେଜ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଲଗାଇଥିଲେ।