ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମେରା ୟୁବା ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି ମ.ରାମପୁର ବ୍ଲକ ଉର୍ଲାଦାନୀ ଶହୀଦ ରେଣ୍ଡୋ ମାଝୀଙ୍କ ପ୍ରତୀମୂର୍ତ୍ତି ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଅତିଥିଭାବେ ଉର୍ଲାଦାନୀ ସିଆରପିଏଫ ୬୪ବାଟାଲିଆନ ଆସିଷ୍ଟାଣ୍ଡା କମାଣ୍ଡେଣ୍ଟ ମଞ୍ଜୀତ ସିଂଙ୍ଗ, ସିଆରପିଏଫ ଇନିକ୍ସପେକଟର ଯୁଗଳ କିଶୋର, ମ.ରାମପୁର ବନାଞ୍ଚଳ ଅଧିକାର ଅସିତ କୁମାର ଦାସ, ଜିଲ୍ଲାୟୁବ ଅଧିକାରୀ ପ୍ରସନ୍ନ କୁମାର ମେହେର, ସମାଜସେବୀ ନୀଳମାଧଵ ସିଂଦେଓ, ସମାଜ ସେବୀ ପ୍ରଦୀପ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ପ୍ରକୃତିବନ୍ଧୁ ହେମସାଗର ସାହୁ, ପ୍ରକୃତିବନ୍ଧୁ ଶମ୍ଭୁ ବିଶି, ସ୍ଵେଛାସେବୀ ଚୁଳମଣୀ ମାଝୀ, ରାଜବୀର ବାଗ, ଅନିଲ ପରାସେଠଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ବୃକ୍ଷ ଆମର ମା ସଦୃଶ, ମା ପନତକାନି ଆମକୁ ଯେମିତି ଖରା ବର୍ଷା ଶୀତରୁ ସୁରକ୍ଷା ପ୍ରଦାନ କରେ ଗଛ ଟିଏ ମଧ୍ୟ ଆମକୁ ଏକ ପ୍ରଦୂଷଣ ମୁକ୍ତ ପରିବେଶ ଦେଇ ଆମର ଜୀବନ କୁ ଉର୍ଜ୍ଜ। ଦେଇଥାଏ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀଦାସ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉର୍ଲାଦାନୀ ସିଆର ପିଏଫ ୬୪ ବାଟାଲିୟନ ସମସ୍ତ ଯବାନ ଓ ଗୋପବନ୍ଧୁ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ବମକ ଗ୍ରାମପଞ୍ଚାୟତ ଅଇଁଲାପାଲି ଗ୍ରାମର ଗଜାନନ ଯୁବକ ସଂଘ ଓ ମୁଡିଙ୍ଗ ଗ୍ରାମ ପଞ୍ଚାୟତ ପକେଲପଡା ଗ୍ରାମର ବିନାୟକ ଯୁବକ ସଂଘ ତରଫରୁ ମଧ୍ୟ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କରାଯାଇଥିଲେ!ସର୍ବଶେଷରେ ଶ୍ରୀ ସହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।