ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ସର୍ଗିଗୁଡା ଗ୍ରାମର ପିତାମ୍ବର ନାଏକଙ୍କ ପୁଅ ଧବଳୁ ନାଏକ(୧୯) ସେ ଜଣେ ବିକଳାଙ୍ଗ ଏବଂ ବିକୃତ ମସ୍ତିସ୍କ ଯୁବକ ଗତ ତା ୦୫/୦୭ ବାହୁଡ଼ା ରଥ ଯାତ୍ରା ଦିନ ରଥ ଦେଖିବା ପାଇଁ ବଡକର୍ଲାକୋଟ କୁ ଯାଇ ସେ ଘରକୁ ଫେରି ନାହାନ୍ତି।ପରିବାର ଲୋକେ ଖୋଜାଖୋଜି କଳା ପରେ ମଧ୍ୟ କିଛି ଖୋଜ ଖବର ନ ପାଇ ଫଳରେ ଜୟପାଟଣା ଥାନାରେ ଏକ ଲିଖିତ ରିପୋଟ ଦେଲା ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଛନ୍ତି।ପରିବାର ଲୋକେ ଚିନ୍ତାରେ ରହିଥିବା ବେଳେ ଆମ ପୁଅ କୁଆଡେ ଚାଲି ଯାଇଛି ନା କିଛି ଅଘଟଣ ଘଟିଛି ଏଦିଗରେ ପୋଲିସ ତଦନ୍ତ କରି ପୁଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।