କେସିଙ୍ଗା/ କ୍ରାନ୍ତି କ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାର ଓ ଜନସାଧାରଣଙ୍କ ମଧ୍ୟସ୍ଥିର କାମ ସୁଚାରୁରୂପେ ୨୦୧୨ ମସିହାରୁ ସମ୍ପାଦନ କରୁଥିବା କେସିଙ୍ଗା ସିଟିଜନ ଫୋରମ୍ ପକ୍ଷରୁ ରବିବାର ଦିନ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ବିଗତ ଦିନରେ ନିଆଯାଇଥିବା ପଦକ୍ଷେପ ଓ ନିଷ୍ପତ୍ତି ଏବଂ ଆଗକୁ କେସିଙ୍ଗା ଓ ଆଖପାଖ ଅଞ୍ଚଳ ପାଇଁ ଫୋରମ୍ କେଉଁ ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ସେହି ବିଷୟରେ ଗଣମାଧ୍ୟମ ସହିତ ବିସ୍ତୃତ ଆଲୋଚନା କରି ରଣନୀତି ପ୍ରସ୍ତୁତ କରିଛି । ୧୩ ବର୍ଷ ମଧ୍ୟରେ ଫୋରମ୍ ପକ୍ଷରୁ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଫୋରମ୍ ସଭାପତି ଡାକ୍ତର ହେମ ସାଗର ସାହାଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଫୋରମ୍ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ।କେସିଙ୍ଗା ବାଏପାସ ସମେତ ରେଳଷ୍ଟେସନରେ ଥିବା ଅନେକ ଛୋଟ ବଡ଼ ସମସ୍ୟା, କେସିଙ୍ଗାରୁ ଭୁବନେଶ୍ଵର ସିଧାସଳଖ ଟ୍ରେନ ପାଇଁ ଦାବୀ,କେସିଙ୍ଗା ଏନ୍ ଏ ସି କୁ ମ୍ୟୁନିସିପାଲଟି ରେ ପରିଣତ, ସମେତ କେସିଙ୍ଗା ମେଡିକାଲ ର ଅବ୍ୟବସ୍ଥା ଉପରେ ଫୋରମ୍ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ କେତେ ତାରିଖ ରେ କେଉଁ ଅଧିକାରୀ ଓ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ଆଲୋଚନା ସହିତ ଦାବୀ ଉପସ୍ଥାପନ କରାଯାଇଛି ସେ ବିଷୟରେ ସଭାପତି ଅବଗତ କରାଇଥିଲେ।ବିଗତ ଦିନରେ କିଛି ଦାବୀ ପୂରଣ ହୋଇଥିବା ବେଳେ କିଛି ଦାବୀ ଓ ଅନୁରୋଧ ସରକାରୀ ବିଚାରରେ ରହିଛି ଯାହା ଯଥା ଶୀଘ୍ର ସମାଧାନ ହେବ ବୋଲି ସଭାପତି ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଥିଲେ।ଏବଂ ଆଗାମୀ ଦିନରେ ଚାରି ଦଶନ୍ଧି ଧରି ବନ୍ଦ ପଡ଼ିଥିବା କୋଣାର୍କ ସୂତାକଳ ଓ ଏମ ଏସ ଏମ ଇ ପାର୍କ ବିଷୟରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଫୋରମ୍ ପକ୍ଷରୁ ଦାବୀ ଉପସ୍ଥାପନ କରାଯିବ ବୋଲି ସଭାପତି ପ୍ରକାଶ କରିଥିଲେ।ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଫୋରମ୍ ଉପ ସଭାପତି ବିନୟ ପ୍ରକାଶ ନାଏକ,ସମ୍ପାଦକ ବି ଚନ୍ଦ୍ର ଶେଖର ଆଚାରୀ,ସହ ସମ୍ପାଦକ ହେମନ୍ତ କୁମାର ବାଗ, ରଙ୍ଗ ଲାଲଜୈନ ପ୍ରମୁଖ ମଞ୍ଚାଷିନ ଥିବାବେଳେ ଫୋରମ୍ କୋଷାଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା,ସାମ୍ବାଦିକ ମହାସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଓ ଅଞ୍ଚଳର ଆଗଧାଡିର ସାମ୍ବାଦିକ ଙ୍କ ସମେତ ଫୋରମ୍ ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।