କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ରେଙ୍ଗାଳି ଗ୍ରାମ ନୁଆପଡା ରେ ସରକାର ଜଳ ସମସ୍ୟା ଦୂର କରିବା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବିଶେଷ କରି ସୌରଚାଲିତ ଜଳ ପ୍ରକଳ୍ପ କରି ଜଳ ସମସ୍ୟା ଦୂର କରୁଛନ୍ତି। ହେଲେ ଅନେକ ଗାଆଁ ରେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା କାରଣରୁ ଅନେକ ସ୍ଥାନରେ ଅଚଳ ହୋଇ ଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ। ଫଳରେ ମରାମତି ଅଭାବରୁ ସେ ଗୁଡିକ ଅଚଳ ହୋଇରହି ଯାଉଛି।ଫଳରେ ବର୍ଷା ଦିନରେ ମଧ୍ୟ ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳି ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ରେଙ୍ଗାଳି ଗ୍ରାମ ର ନୁଆପଡା ନିକଟରେ ଥିବା ସୋଲାର ପାଣିଟାଙ୍କି ଠାରେ ଦୀର୍ଘ ୧୮ମାସ ରୁ ଉର୍ଦ୍ଧ୍ୱ ହେବ ଅଚଳ ହୋଇ ପଡ଼ିଛି ଉକ୍ତ ପାଣି ଟାଙ୍କି ଫଳରେ ପାଣି ପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏନେଇ ପଡାବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କାହାରି ଦୃଷ୍ଟି ପଡ଼ିନାହିଁ । ଏହି ପଡ଼ା ରେ ପ୍ରାୟ ଦୁଇ ଶହ ଊର୍ଦ୍ଧ୍ଵ ଜନସଂଖ୍ୟା ବସ ବାସ କରୁଥିବା ବେଳେ ସେମାନଙ୍କ ପାନୀୟ ଜଳ ବ୍ୟବହାର ଉକ୍ତ ସୋଲାର ଟ୍ୟାଙ୍କ ଉପରେ ନିର୍ଭର ଏଣୁ ଲୋକେ ବିଶୁଦ୍ଧ ପାନୀୟ ଜଳ ଟିକେ କ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ତୁରନ୍ତ ଏହି ସୌର ଚାଳିତ ଜଳ ପ୍ରକଳ୍ପ ର ମରାମତି ଦିଗରେ ଦୃଷ୍ଟି ଦେବାକୁ ପଡାବାସୀ ଦାବି କରିଛନ୍ତି।