ଇନ୍ଦ୍ରାବତୀ ନଦୀରେ ମାଛ ଧରୁ ଧରୁ ଚାଲିଗଲା ଜୀବନ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡ଼ ଦେଓପାଲି ଗ୍ରାମ ପଞ୍ଚାୟତ ଚାପଟାପାସ ଗ୍ରାମର ବାରୁ ମାଝୀ (୪୫) ପିତା ମାସ୍କୁ ମାଝୀ ମାଛ ଧରିବାକୁ ଇନ୍ଦ୍ରାବତୀ ନଦୀ ପୋଡ଼ଛତୁ ନାଳକୁ ଯାଇଥିଲେ। ଜାଲ ରୁ ମାଛ ଆଣୁ ଥିବା ବେଳେ କୌଣସି ଅଘଟଣ ହେବାରୁ ବାରୁ ଘଟଣା ସ୍ଥଳରୁ ବାହାରି ପାରି ନ ଥିଲେ। ଶ୍ୱାସ ରୁଦ୍ଧ୍ ହୋଇ ଜୀବନ ହାରି ଥିଲେ। ଆଜି ସକାଳୁ ବାରୂକୁ ନଦୀରେ ଭାସୁ ଥିବା ଦେଖି ସ୍ଥାନୀୟ ସରପଞ୍ଚ ପ୍ରମିଳା ମୁଦୁଲିଙ୍କୁ ଖବର ଦେଇଥିଲେ। ଏହି ଖବର ଶୁଣି ସରପଞ୍ଚ ଖାତିଗୁଡା ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅପରାହ୍ନ ବାରଟା ପରେ ଶବ ଉଦ୍ଧାର କରିଥିଲେ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ଟିମ୍ । ସେମାନେ ଖାତିଗୁଡ଼ା ପୋଲିସ କୁ ଖବର ଦେଇଥିଲେ, ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିବାବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।