କର୍ମରୀ ଗ୍ରାମରେ ମିସ୍ତ୍ରୀସଙ୍ଘ ଗୃହର ଶୁଭାରମ୍ଭ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବଡ଼ କୁମାରୀ ପଂଚାୟତ ଅନ୍ତର୍ଗତ କୁଟଗୁଡା ଗ୍ରାମର ମା ଠାକୁରାଣୀ ମିସ୍ତ୍ରୀ ସଙ୍ଘ ଗୃହ ଓ ବଡ଼ ଭରଣ୍ଡୀ ପଂଚାୟତ ଅଧୀନରେ ଥିବା କର୍ମରୀ ଗ୍ରାମର ମିସ୍ତ୍ରୀ ସଙ୍ଘ ଗ୍ରୁହର ଶୁଭ ଉଦଘାଟନ ହୋଇଯାଇଛି। ନବରଙ୍ଗପୁର ସାଂସଦ ଭଲ ବଦ୍ର ମାଝୀ ନିର୍ଦେଶ କର୍ମେ, ଏହି ଉଦ୍ଘାଟନୀ ଉତ୍ସବରେ ଉମରକୋଟ ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ, ବଡ଼ ଭରଣ୍ଡୀ ସଭାପତି ଈଶ୍ୱର ଭତରା, ବରିଷ୍ଠ ବିଜେପି ନେତା କମଳୁ ମାଝୀ, ଜଘନାଥ ପନକା, କୁମ ଭତରା ଓ ବଳଧର ପନକା ପ୍ରମୁଖ ଉପସ୍ଥିତ ରହି ମିସ୍ତ୍ରୀ ସଙ୍ଘ ଗୃହ ଦୁଇଟିର ଶୁଭ ଉଦଘାଟନ କରିଛନ୍ତି। ଦୁଇଟି ଗ୍ରାମରେ ଦୁଇଟି ମିସ୍ତ୍ରୀ ସଙ୍ଘ ଗୃହ ନିର୍ମାଣ ହେବାକୁ ଯାଉ ଥିବା ପରେ ମିସ୍ତ୍ରୀମାନେ ଉତ୍ସାହିତ ଥିବା ଜଣାପଡିଛି।