କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ୱାର୍ଡ ନଂ ୮ ବୋରିଙ୍ଗ ପଦରରେ ଘଟିଛି ଏକ ଅଭାବନୀୟ ଘଟଣା ବୋରିଙ୍ଗପଦରର ବାଲକୁମାର ଶିକା (୧୫), ନାମକ ଜଣେ ନାବାଳକ ରବିବାର ସନ୍ଧ୍ୟା ସମୟରେ ନିଜ ବାସଭବନର ଛାତ ଉପର ବେକରେ ଏକ ଶାଢ଼ୀ ପରି କପଡା ଦ୍ଵାରା ଫାସି ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡିଛି। ଖବର ପାଇ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ କେସିଙ୍ଗା ସରକାରୀ ଚିକିତ୍ସାଳୟକୁ ପଠାଇଛି ପରିବାର ଲୋକଙ୍କ କହିବାନୁଯାୟୀ ତାଙ୍କ ପୁଅ ଟି ପୂର୍ବରୁ କାହା ସହ ଶତ୍ରୁତା ନଥିବା ବେଳେ ହଠାତ୍ ଏମିତି ଏକ ଚରମ ପଦକ୍ଷେପ ନେଇ ପାରିବ ନାହିଁ ଏହା ନିଶ୍ଚିତ ଭାବେ ଏକ ହତ୍ୟା ବୋଲି ଉକ୍ତ ମୃତ ନାବାଳକର ମାଆ ଅଭିଯୋଗ ଆଣିଛନ୍ତି । ନାବାଳକର ଘର ବୋରିଙ୍ଗପଦର ର ପଡାରେ ଏକୁଟିଆ ଘର ଥିବାବେଳେ ନାବାଳକ ଜଣକ ଘରେ ଏକା ଥିଲେ ତାଙ୍କ ପରିବାର ଲୋକେ ଘରେ କେହି ନଥିଲେ । ସେହି ସମୟରେ ଏହି ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି । ଏହା ପ୍ରକୃତରେ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ମୃତକର ପରିବାରର ଅଭିଯୋଗକୁ ଭିତ୍ତିକରି ପୋଲିସ ପକ୍ଷରୁ ବ୍ୟାପକ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡ଼ିଥିବା।ପାରଦର୍ଶି ତଦନ୍ତ ପାଇଁ ଶବ ବ୍ୟବଚ୍ଛେଦ କେସିଙ୍ଗା ମେଡିକାଲରେ ନ ହୋଇ ଭବାନୀପାଟଣା ମେଡିକାଲରେ ହୋଇଥିଲା।