ଚନ୍ଦାହାଣ୍ଡିରେ ଜିଲ୍ଲା ପ୍ରଶାସନର ଜନଶୁଣାଣୀ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ନକୁଳଭତ୍ରା) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଏବଂ ଆରକ୍ଷୀ ଅଧିକ୍ଷକ ମଡ଼କର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଜି ନାରାୟଣ ଦରୱାନ, ଚନ୍ଦାହାଣ୍ଡି ବିଡିଓ, ତହସିଲଦାରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୪୫ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥି ମଧ୍ୟରୁ ୩୫ଟି ବ୍ୟକ୍ତିଗତ ସମସ୍ୟାର ଅଭିଯାଗ ଥିବାବେଳେ ୧୦ ଗୋଟି ସାମୂହିକ ସମସ୍ୟା ଉପରେ ଅଭିଯୋଗ ରହିଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଚିହ୍ନଟ ୨୦ ଜଣ ବିବ୍ୟାଙ୍ଗକୁ ହୁଇଲ ଚେୟାର ଏବଂ ୧୪ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ସହାୟତା ପ୍ରଧାନ କରାଯାଇଥିଲା।