କର୍ଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପବିତ୍ର ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମରେ ପୌରାଣିକ ପୁଷ୍ପ ‘ବ୍ରହ୍ମ କମଳ’ ଫୁଟିଥିବା ଦେଖିବାକୁ ମିଳିଛି। ଗ୍ରାମର ସରୋଜ କୁମାର ରଣାଙ୍କ ଘରେ ଏହି ‘ବ୍ରହ୍ମ କମଳ’ ପୁଷ୍ପ ଫୁଟିଛି। ଫୁଲ ଫୁଟିବା ଯୋଗୁଁ ଘରେ ଆନନ୍ଦର ଲହରୀ ଖେଳି ଯାଇଛି। ଗତ ଦୁଇ ବର୍ଷ ତଳେ ଶ୍ରୀରଣା ଏହି ବୃକ୍ଷ ରୋପଣ କରିବା ସହ ତାର ଯତ୍ନ ନେଉଥିଲେ। ରବିବାର ରାତ୍ରିରେ ‘ବ୍ରହ୍ମ କମଳ’ ପୁଷ୍ପ ଫୁଟିଥିବା ଦେଖିବାକୁ ମିଳିଥିଲା। ସେହିପରି ଗତ ବର୍ଷ ସେପ୍ଟେମ୍ବର ମାସରେ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତିକ ଏହି ଦୁର୍ଲଭ ଫୁଲ ପୁଟିଥିବା କୁହନ୍ତି।