ବିଜୁଳି ଓ ସାପକାମୁଡା ପ୍ରତି ସାବଧାନତା ସମ୍ପର୍କରେ ସଚେତନତା ଶିବିର

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ରବି ନାରାୟଣ ସିଂହ):
କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ଭଳି ଦୁର୍ଗମ ଗ୍ରାମାଞ୍ଚଳରେ ଥୁଆମୂଲ ରାମପୁର ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଜରିଆରେ ଅଞ୍ଚଳର ପେରମଞ୍ଜି ଗ୍ରାମରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମଧୁମାଳା ବାଗଙ୍କ ନେତୃତ୍ୱରେ, ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଶିବିରରେ,ସର୍ପ ଦଂଶନ ଜନିତ ମୃତ୍ୟୁ ହାର ହ୍ରାସ କରିବା ଉଦ୍ଦେଶ୍ୟରେ,ସାପକାମୁଡ଼ା ପ୍ରତି ସାବଧାନତା , ସାପ କାମୁଡ଼ିଲେ କଣ କରିବା ଉଚିତ୍ ଏବଂ କଣ ନ କରିବା କଥା ସାପ କାମୁଡା ପ୍ରତି ସାବଧାନତା ଦିଗରେ ଉପସ୍ଥିତ ମହିଳା ମାନଙ୍କୁ ସି ଡି ପି ଓ ସଚେତନତା ଆଲୋଚନା ମାଧ୍ୟମରେ ବୁଝାଇଥିଲେ। ତତ୍ ସହିତ ଏହି ଶିବିରରେ ବଜ୍ରପାତ ଜନିତ ମୃତ୍ୟୁ ହାର ହ୍ରାସ କରିବା ପାଇଁ, ବଜ୍ରପାତ ବା ବିଜୁଳୀ ମାରିବା ଯୋଗୁଁ ଅନେକ ଜୀବନ ହାନି ହେଉ ଥିବାରୁ ଏଥିରୁ ରକ୍ଷା ପାଇବା ନିମନ୍ତେ କେଉଁ କେଉଁ ଊପାୟ ମାନ ଅବଲମ୍ବନ କରାଯିବ , ବଜ୍ରପାତରୁ ରକ୍ଷା ପାଇବାର ଉପାୟ ସହ କଣ କରିବା ଉଚିତ୍ ଓ କଣ କରିବା ଅନୁଚିତ୍ ସେ ବିଷୟରେ ପୃଙ୍ଖାନୁପୃଙ୍ଖ ଭାବରେ ପେରମଞ୍ଜି ଅଙ୍ଗନୱାଡ଼ି ସେକ୍ଟରର ପେରମଞ୍ଜିର ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଖପାଖରୁ ଆସିଥିବା ପ୍ରତ୍ୟେକ କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ଏମ ବି କେ, ସି ଆର ପି , ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା, ଯୋଗଦେଇ ଥିବା ବେଳେ କର୍ଲାପାଟ ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରୀମତୀ ଜୟମନି ମାଝୀ , ଥୁଆମୂଲ ରାମପୁର ବ୍ଲକ ର ,ସି ଡି ପି ଓ ,ମଧୁମାଲା ବାଗ, ଆଇ ସି ଡ଼ି ଏସ ଗୋପୀନାଥ ପୁର ସେକ୍ଟର ର ସୁପରଭାଇଜର ସୁନୀତା ମାଝୀ , ଗୁଣପୁର ସେକ୍ଟର ସୁପର ଭାଇଜର , ଜାନକୀ ଘୂର୍ ଲିଆ ଏବଂ ଉକ୍ତ ପେରମଞ୍ଜି ସେକ୍ଟର ସୁପରଭାଇଜର ସୌଦାମିନୀ ଦାସ ଯୋଗଦେଇ ଥିଲେ