ପୁରୁଣାଗୁମା ଗ୍ରାମରେ ପାନୀୟଜଳର ସାଙ୍ଘାତିକ ସମସ୍ୟା

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ରବି ନାରାୟଣ ସିଂହ): କଳାହାଣ୍ଡିରେ ବସୁଧା ଯୋଜନା ଏକ ଲଲିପପ୍ ଯୋଜନା ବୋଲି ଗ୍ରାମାଞ୍ଚଳରେ ଚର୍ଚ୍ଚା ଚାଲିଛି। କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁରର ଅଧିକାଂଶ ଗ୍ରାମରେ ବସୁଧା ପ୍ରକଳ୍ପ କାର୍ଯ୍ୟ ୪ ବର୍ଷରୁ ଉର୍ଦ୍ଧ ହେଲା ମନ୍ଥର ଗତି ରେ କାମ କରାଯାଉଛି । ତାହା ସତ୍ବେ ମଧ୍ୟ ଅଧିକାଂଶ ଗ୍ରାମରେ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିଛି । ଯାହା ବି ଯେଉଁ ଗ୍ରାମ ମାନଙ୍କରେ ଓଭର ଟ୍ୟାଙ୍କ ବସୁଧା ଯୋଜନାରେ କିଛି ଦିନ ପାଇଁ ପାଣିର ସୁବିଧା ପାଇ ପାରିଥିଲେ ତାହା ଛୋଟ ଛୁଆଙ୍କୁ ଲଲିପପ୍ ଦେଖାଇଲା ଭଳି । ଠିକ୍ ସେହିପରି ଏକ ଗାଆଁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଗ୍ରାମପଞ୍ଚାୟତ ର ପୁରୁଣାଗୁମା ଗ୍ରାମବାସୀ। ଏହି ଗ୍ରାମର ଓଭର ଟ୍ୟାଙ୍କ ବସୁଧା ଯୋଜନା ପାଣି ସୁବିଧା ପାଇ ଜନ ସାଧାରଣ କିଛିଦିନ ପାଇଁ ଆନନ୍ଦିତ ଥିଲେ । ବର୍ତ୍ତମାନ ୧୫ ଦିନରୁ ଉର୍ଦ୍ଧ୍ ହେଲାଣି ଅଚଳ ଅବସ୍ଥାରେ ପଡ଼ିରହିଛି ସେହି ବସୁଧା ଟାଙ୍କି ଲୋକେ କାହାକୁ କହିବେ କହି କହି ଥକି ଗଲେଣି ସିନା କେହି ଶୁଣୁ ନାହାନ୍ତି। ବସୁଧା ଯୋଜନାର ଗଭୀର ନଳକୂପ ପାଣି ବାହାରୁଥିବାରୁ ଆଗରୁ ଥିବା ନଳକୁଅଁ ପାଣି ମଧ୍ୟ ବର୍ତ୍ତମାନ ବାହାରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ସେଥି ମଧ୍ୟରୁ ଯେଉଁ ଗୋଟିଏ ଦୁଇଟି ନଳକୂଅ ଅଛି ତାହା ଏତେ ବଡ଼ ଗାଁ କୁ ସମୁଦ୍ରକୁ ସଂଖେ ପରି । କର୍ଲାପାଟ ପଞ୍ଚାୟତ ର ପୁରୁଣାଗୁମା ଗାଁ ଅତି ପୁରାତନ ଗ୍ରାମ ତାହା ପୁଣି ଭବାନୀପାଟଣା ରୁ ଥୁଆମୂଲ ରାମପୁର ଯିବା ମୁଖ୍ୟ ରାସ୍ତା କଡ଼ରେ ଓ ସେହି ବ୍ଲକ ର ପ୍ରଥମ ରାସ୍ତାକଡ଼ ଗ୍ରାମ ହୋଇଥିବାରୁ ଏହି ଭଳି ଅସୁବିଧାର ସମ୍ମୁଖିନ ନ ରହିବା କଥା । ଏହା ଏତେ ପାଖରେ ଓ ରାସ୍ତା କଡ଼ରେ ଥାଇ ମଧ୍ୟ ଏହିପରି ସମସ୍ୟା ରହୁଛି ହେଲେ ଅତି ଦୁର୍ଗମ ଅଞ୍ଚଳ ର ଗ୍ରାମ ମାନଙ୍କରେ କିଭଳି ସମସ୍ୟା ରେ ଗତିକରୁ ଥିବ ଲୋକେ ଅନୁଭବ କରୁଛନ୍ତି । ତେଣୁ ଏହି ଗ୍ରାମବାସୀ ମାନେ କେବେ ଏହି ମୌଳିକ ଅଧିକାର ଠିକ୍ ରେ ପାଇ ପାରିବେ। କେବେ ସଜଡା ହେବ ବସୁଧା ପାଣି ର କାର୍ଯ୍ୟଯୋଜନା ଦେଖିବାକୁ ବାକି ରହିଲା। ସ୍ୱଚ୍ଛ ପିଇବା ପାଣି ପାଇବା ତ ଦୂରର କଥା ରୋଷେଇ କରିବା ପାଇଁ ମଧ୍ୟ ଘୋର ଅସୁବିଧା। ଗ୍ରାମର ପିଲା ଛୁଆ ନାଳର ଗୋଳିଆ ପାଣି ପିଇ, ଗାଧୋଇ ନାନାଦି ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବାର ପ୍ରକାଶ କରିଛନ୍ତି ଗ୍ରାମବାସୀ। ବିଶେଷ କରି ବର୍ତ୍ତମାନ ଶୀଘ୍ର ପାଣିର ସୁବ୍ୟବସ୍ଥା ପାଇଁ ସରକାର ପଦକ୍ଷେପ ନ ନିଅନ୍ତି ତାହାହେଲେ ବର୍ଷାଜନିତ ରୋଗରେ ପିଲା ଛୁଆ ଠୁ ଆରମ୍ଭ କରି ବୟସ୍କ ଲୋକ ମାନେ ମଧ୍ୟ ଅସୁବିଧା ଭୋଗିବେ।