କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ପେନସନ୍ ଗ୍ରାହୀ ସଂଘ ପକ୍ଷରୁ ୯ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଳକ ଅର୍ଥ ଅଧିକାରୀ ଦିଲ୍ଲୀପ କୁମାର ଶବର ଓ ବିଭାଗୀୟ ଅଧିକାରୀ ସୁଦର୍ଶନ ବାଗଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ଗୁଡିକ ମଧ୍ୟରେ କେନ୍ଦ୍ର ଅନୁରୁପ ଚିକିତ୍ସା ଭତ୍ତା, ପିଡିପିଏ ବିଭାଗର ପୁନଃ ପ୍ରଚଳନ, ୬୫ ବର୍ଷରୁ ଅତିରିକ୍ତ ଭତ୍ତା, ଏନପିଏସ୍ ଓ ୟୁପିଏସ୍ ବଦଳରେ ଓପିଏସ୍ ଯୋଜନା ଲାଗୁ, ପେନସନ୍ ନିର୍ଦ୍ଧାରଣରେ ତୃଟିକୁ ‘ପେ- ମାଟ୍ରିକ’ ଆଧାରରେ ସଂଶୋଧନ, ରାଜ୍ୟର ପେନସନର ମାନଙ୍କ ପାଇଁ ଭୁବନେଶ୍ବର ଠାରେ ସରକାରୀ ବାସସ୍ଥାନ ଆଦି ଯୋଗାଇ ଦେବାପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି ଦାବିପତ୍ର ପ୍ରଦାନ ସମୟରେ ପେନସନ୍ ଗ୍ରାହୀ ସଂଘ ସଭାପତି ତ୍ରିନାଥ ଠାକୁର, ସମ୍ପାଦକ ମୀନକେତନ ପ୍ରଧାନୀ, ଗୁଣନିଧି ବାଗ, କେଶବ ଚନ୍ଦ୍ର ନାଏକ, ବ୍ୟୋମକେଶ ସାହୁ, ଉମେଶ ଚନ୍ଦ୍ର ପ୍ରଧାନୀ, ଗୋକୁଳ ଖମାରୀ, ଚଉବନ ରଣା, ନବୀନ କୁମାର ଚଣ୍ଡୀ, ଧନେଶ୍ୱର ପଣ୍ଡା, ମୁକ୍ତେଶ୍ଵର ପଟ୍ଟନାୟକ, ବୁଟୁନାଥ ସରାବୁ, ଶିଶୁଦେବ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।