କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଖରାପ୍ ହୋଇଥିବା ମେଗାଲିଫ୍ଟ ପାଇପ୍ ଲାଇନ ମରାମତି କରିବା ପାଇଁ ମଙ୍ଗଳବାର ଧର୍ମଗଡ଼ ବ୍ଲକ୍ ବେହେରା ଦନ୍ତେଶ୍ବରୀ ଯୁବକ ସଂଘ ସମେତ ଚାଷୀମାନେ କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ଉପର ଇନ୍ଦ୍ରାବତୀ ଉଠା କେନାଲ ବିଭାଜନ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି। ଏବଂ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଯେ’ ବେହେରା ଗ୍ରାମର ଚାଷୀଙ୍କ କ୍ଷେତକୁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ (ଡିଏମ୍-୧୬) ରୁ ଜଳସେଚନ ପାଇଁ ବ୍ୟବସ୍ଥା ହୋଇଛି। ହେଲେ ଜଳସେଚନ ପ୍ରକଳ୍ପର ପାଇପ୍ ଗୁଡିକ ମରାମତି ଓ ନଷ୍ଟ ହୋଇଥିବା ପାଇପ୍ ଗୁଡିକ କୁ ବଦଳାଯାଉ ନଥିବାରୁ ଚାଷୀମାନଙ୍କୁ ବହୁ ସମସ୍ୟା ହେବାକୁ ପଡୁଛି। ଏମିତି କି ନଷ୍ଟ ହୋଇଥିବା ପାଇପ୍ ଯୋଗୁଁ ବହୁ ପରିମାଣରେ ଜଳ ନିଷ୍କାସନ ହୋଇ ଫଳସ ନଷ୍ଟ ହେବାରେ ଲାଗୁଛି। ଏଥିଯୋଗୁଁ କିଛି ଜମିକୁ ମଧ୍ୟ ପାଣି ମାଡିପାରୁ ନାହିଁ। ଏହାକୁ ନେଇ ଆଜି ବେହେରା ଦନ୍ତେଶ୍ବରୀ ଯୁବକ ସଂଘ ଓ ବେହେରା ଗ୍ରାମର ଚାଷୀ ସମେତ ସଂଘର କର୍ମକର୍ତ୍ତାମାନେ ଉପର ଇନ୍ଦ୍ରାବତୀ ଉଠା କେନାଲ ବିଭାଜନ ସହକାରୀ ଯନ୍ତ୍ରୀ ଲଲାଟେନ୍ଦୁ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ମରାମତି କରି ସିଘ୍ର ଜଳସେଚନ ବ୍ୟବସ୍ଥା କରିବା ପାଇଁ ଗୁହାରୀ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଦନ୍ତେଶ୍ବରୀ ଯୁବକ ସଂଘର ସଭାପତି କିରଣ କୁମାର ପାଣିଗ୍ରାହୀଙ୍କ ସମେତ ସମ୍ପାଦକ ଗଗନ ନାଏକ, ସହ ସମ୍ପାଦକ ଜିତ ନାଏକ, ଟଙ୍କଧର ରଣା, ବଲରାମ ପୁଝାରୀ, କିଶନ ଲାଲ ଅଗ୍ରୱାଲ, ଘନଶ୍ୟାମ ପଟେଲ, ରାଜୁ ସିଂ ଠାକୁର, ରଜନୀ କାନ୍ତ ନାଏକ, ଚୈବନ ନାଏକ, କ୍ଷୀରୋଦ ନାଏକ, ବିରନ ନାଏକ, ଟଙ୍କ ପଟେଲ, ବଲରାମ ରଣା, ରଶ୍ମୀ ନାଏକ, କୃଷ୍ଣଚନ୍ଦ୍ର ଲହଜଲ, ଦିଲିପ୍ ପଟେଲ, ଖୁସିରାମ ନାଏକ, ଗଜିନ୍ଦ୍ର ସେନୀ ସମେତ ଚାଷୀମାନେ ଉପସ୍ଥିତ ଥିଲେ।