ମ.ରାମପୁରଠାରେ ଆହାର କେନ୍ଦ୍ର ଭିତ୍ତି ପ୍ରସ୍ତର ସ୍ଥାପନ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ଦୀର୍ଘ ତିନିବର୍ଷରୁ ଉର୍ଦ୍ଧ୍ବ ହେଲା ମ,ରାମପୁରର ଚାରି ଛକ ଠାରେ ସୁଲଭ ଆହାର ସେବାକେନ୍ଦ୍ର ନାମରେ ତ୍ରୀପାଲ ଟାଣି ବର୍ଷ ତମାମ ପଥପ୍ରାନ୍ତ ଗରିବ ଜନତାଙ୍କୁ ଆହାର ଯୋଗାଇ ଆସୁଛନ୍ତି। ମ,ରାମପୁର ତଥା ବାହାରର ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସେବକ ଭୂମିକା ନେଇଥିବା ଡଃ ଦେବେନ୍ଦ୍ର ନାୟକଙ୍କ ଦ୍ଵାରା ପରିଚାଳିତ ହୋଇ ଆସୁଥିଲା।ଏହି ପ୍ରକ୍ରିୟା କୁ ସ୍ଥାୟୀ କରିବା ଉଦ୍ଧେଶ୍ୟରେ ମ,ରାମପୁର ବ୍ଲକ ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର,ସରପଞ୍ଚ,ବୁଦ୍ଧିଜୀବୀ ଆଦି ଙ୍କ ଅପରାହ୍ନ ଉଦ୍ୟମ ଫଳରେ ସରକାର ଙ୍କ ତରଫରୁ ଏକ ସ୍ଥାୟୀ କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁରୀ ହୋଇ ଥିବା ନେଇ ମଙ୍ଗଳବାର ସ୍ଥାନୀୟ ବସ୍ ଷ୍ଟାଣ୍ଡ ପରିସରରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି।ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା, ତହସିଲଦାର  ମୀମାଂସା ସାହୁ, ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ, ସହକାରୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ,ସମାଜ ସେବୀ ବିକାଶ ରଞ୍ଜନ ସିଂହ ଦେଓ,ମ, ରାମପୁର ସରପଞ୍ଚ ଶ୍ରୀ ମତୀ ବୀଣାପାଣି ସାହୁ ଙ୍କ ଉପସ୍ଥିତି ରେ ସ୍ଥାପନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ପରିଚାଲିତ କରିଥିଲେ ଡଃ ଦେବେନ୍ଦ୍ର ନାୟକ, ବରିଷ୍ଠ ଆଇନଜୀବି ହିତେନ୍ଦ୍ର ମହାନ୍ତି, ସମାଜସେବୀ ସତ୍ୟ ସାହୁ ଆଦି ପରିଚଳନା କରିଥିଲେ।