କ. ନୂଆଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କନ୍ଧମାଳ ଜିଲ୍ଲା କ ନୂଆଗାଁ ବୃହଦକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିଃ ପକ୍ଷରୁ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କ୍ରମରେ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏବଂ ନୂତନ ସଭ୍ୟ ଭୁକ୍ତି କରଣ ଓ ନିର୍ବାଚନ ନିମନ୍ତେ ସଚେତନତା ଶିବିର, ଋଣ ଆଦାୟ ମେଳା, ଜୈବିକ ସାରର ବ୍ୟବହାର ନିମନ୍ତେ ଏକ ସଭାର ଆୟୋଜିତ ହୋଇଥିଲା। ଏଥିରେ ଅତିଥି ଭାବେ ଫୁଲବାଣୀ ସମବାୟ ସମିତି ଉପନିବନ୍ଧକ ସନ୍ତୋଷ କୁମାର ଦାସ, ବାଲିଗୁଡ଼ା ବିଏସ ଏଫ ଡେପୁଟି କାମାଣ୍ଡାଣ୍ଟ କମଳ କୁମାର ଦାସ,ବାଲିଗୁଡ଼ା ସମବାୟ ସମିତି ସହକାରୀ ନିବନ୍ଧକ ସୁକାନ୍ତ କୁମାର ପାଢ଼ୀ,ଫୁଲବାଣୀ ସହକାରୀ ନିବନ୍ଧକ ଲଳିତ କୁମାର ପାଢ଼ୀ,ଫୁଲବାଣୀ ଏଏଜିସିଏସ ଜିତେନ୍ଦ୍ର ମିଶ୍ର, ରେଞ୍ଜର ରମାକାନ୍ତ କହଁର, ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲିକ, ବାଲିଗୁଡ଼ା ଆଦିବାସୀ ମହା ବିଦ୍ୟାଳୟ ଅଧ୍ୟପକ ବିଭୁତି ଭୂଷଣ ଆଚାର୍ଯ୍ୟ, ବୌଦ୍ଧ ସମବାୟ କେଦ୍ର ବ୍ୟାଙ୍କ ପିଇଓ ସ୍ମିତାଶ୍ରୀ ସାହୁ, ବିଏସ ଏଫ ଇନ୍ଷପେକ୍ଟର ସଞ୍ଜୟ କୁମାର,ରାଜେସ କୁମାର ଶନି, ବାଲିଗୁଡ଼ା ଏସଆରସିଏସ ନରେଶ ପ୍ରଧାନ, ବାଲିଗୁଡ଼ା ସମବାୟ ନିରୀକ୍ଷକ ସତ୍ୟ ବ୍ରତ ସାହୁ,ଅମିତ କୁମାର ନାୟକ ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଲେମ୍ପ ପରିଚାଳନା ନିର୍ଦେଶକ ପ୍ରମାନନ୍ଦ ପାତ୍ର ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବନପାଳ ସୁଶାନ୍ତ କୁମାର ବୈଶାଖୀ, ବାଲିଗୁଡ଼ାରୁ, ଫୁଲବାଣୀ ସମବାୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।