ଟାଟାପାୱାରର ଖୁଲଜା ସିମସିମ ସ୍କିମ ରେ ମିଳୁଛି ଅନେକ ଆକର୍ଷଣୀୟ ପୁରସ୍କାର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଟାଟା ପାୱାର ପକ୍ଷରୁ ଯେଉଁ ବିଦ୍ୟୁତ୍ ଉପଭୋକ୍ତା ମାନେ ପ୍ରତି ମାସରେ ତାଙ୍କର ବିଦ୍ୟୁତ୍ ବିଲ ଠିକ ସମୟରେ ପଇଠ କରି ଥାଆନ୍ତି ସେମାନଙ୍କୁ କିଛି ଟଙ୍କା ରିହାତି ସହିତ ବର୍ତ୍ତମାନ ଏକ ଲଟେରୀ ସ୍କିମ୍ ଆରମ୍ଭ କରାଯାଇ ଭଲ ଉପଭୋକ୍ତା ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ଅନ୍ୟ ଲୋକମାନଙ୍କୁ ବିଦ୍ୟୁତ୍ ବିଲ ପଇଠ କରିବାକୁ ପ୍ରବର୍ତାଇବା ପାଇଁ ଖୁଲଯା ସିମସିମ୍ ନାମକ ଏକ ସ୍କୀମ ବାହାରକରି ପ୍ରତ୍ୟେକ ମାସରେ ୬ ଜଣ ଉପଭୋକ୍ତା ଙ୍କୁ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ରେ ସେମସଙ୍ଗ ମୋବାଇଲ, ତୃତୀୟ ଓ ଚତୁର୍ଥ ପୁରସ୍କାର ରେ ସୋଲାର ହିଟର ଓ ପଞ୍ଚମ ଓ ଷଷ୍ଠ ପୁରସ୍କାର ରେ ମଧ୍ୟ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଉଛି। ଏହି ସ୍କିମ ରେ ବୁଧବାର ଦିନ ସ୍ଥାନୀୟ ବିଦ୍ୟୁତ୍ ଅଫିସ ପରିସରରେ କେସିଙ୍ଗା ବିଜୁଳି ବିଭାଗ ଏସଡିଓ ଙ୍କ କରକମଳରେ ପ୍ରଥମ ପୁରସ୍କାର ଜିତି ଥିବା ବିରଂଚି ଗହିର ଓ ଭାଗିରଥି ସାବତ ଙ୍କୁ ମୋବାଇଲ ମିଳିଥିବା ବେଳେ ଚନ୍ଦ୍ରଶେଖର ସା,ଭିକାରୀ ବାଗ,ମିନାଦେଇ ପରାଭୋଇ ଓ ବିଶେଶ୍ୱର ବାରିକ ପ୍ରମୁଖ ଲଟେରୀ ରେ ଉତ୍ତୀର୍ଣ୍ଣ ବିଭିନ୍ନ ପ୍ରକାର ର ସମାନ ପାଇଥିଲେ।