କେସିଙ୍ଗା ଏନଏସି ରେ ସଫାଇ ଆପନାଓ ବିମାରି ଭାଗାଓ କାର୍ଯ୍ୟକ୍ରମ

କେସିଙ୍ଗା/ କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) :  ବିଜ୍ଞାପିତ ଅଂଚଳ ପାରିଷଦ କେସିଙ୍ଗା ଦ୍ଵାରା ସ୍ଥାନୀୟ ବୋରିଙ୍ଗ ପଦର ଠାରେ ” ସଫେଇ ଆପନାଓ ବିମାରି ଭଗାଓ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୱାର୍ଡ ନ -୭ ର କାଉନସିଲର ପ୍ରକାଶ ବନଛୋର, ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜର, ସଫେଇ କର୍ମଚାରୀ, କାର୍ଯ୍ୟାଳୟ କର୍ମକର୍ତ୍ତା ଏବଂ ସ୍ଥାନୀୟ ବାସିନ୍ଦା ସକ୍ରିୟ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଲ କରିଥିଲେ। ବର୍ଷା ଋତୁ ଆରମ୍ଭ ହେଲାଣି ତେଣୁ କିପରି ଭାବରେ ନିଜେ ସଫା ସୁତୁରା ରହିବା ଓ ନିଜ ପରିବେଶ ସଫା ସୂତରା ରଖିବା ସହ କିପରି ଭାବରେ ଡେଙ୍ଗୁ, ହଇଜା, ମ୍ୟାଲେରିଆ ଭଳି ଅନେକ ମାରାତ୍ମକ ରୋଗ ଦାଉରୁ ନିଜକୁ ସୁରକ୍ଷିତ ରଖିବା ସେଥି ନିମନ୍ତେ ସ୍ଥାନୀୟ ଜନସାଧାରଣ ଙ୍କୁ ସୂଚିତ କରିଗଲା।