କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପ୍ଲାଟଫର୍ମ ୧ ରେ କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ଅବକାରୀ ବିଭାଗ ଓ ଆଇପିଏଫ ର ମିଳିତ ଉଦ୍ୟମରେ ଦୁଇ ଜଣ ଅନ୍ତରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ଅଭିଯୁକ୍ତ ହେଲେ ମଲିକ ବାତସାହ (୨୯) ଓ ଅନ୍ୟ ଜଣେ ହେଲା ରିଶୀନାଥ.ସି(୨୨)। ଦୁଇ ଜଣ ତାମିଲନାଡୁ ରାଜ୍ୟର ବୋଲି କେସିଙ୍ଗା ଅବକାରୀ ଅଧିକାରୀ ବିଶ୍ୱଜିତ୍ ଆରୁଖ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ୨୦.୬୭୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଦୁଇଜଣ ଅଭିଯୁକ୍ତ ଙ୍କୁ ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି।