ମୃତ ଚାଷୀଙ୍କ ପରିବାରକୁ ଭେଟିଲା ପଣ୍ଡରା ମାଳି ସେବାସଂଘ 

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଚାଷ ଜମିରେ ପାଣି ମଡାଇବା ସମୟରେ ବିଦ୍ୟୁତ୍ ସସ୍ପର୍ଶରେ ଆସି ଗତ ୧୦ ତାରିଖ ଦିନ ମୃତ୍ୟୁ ବରଣ କରିଥିବା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ଚାଷୀ ଧନୁର୍ଯ୍ୟ ମଶ୍ରା ଓ କଛାରପଡାର ଚାଷୀ ଅନିରୁଦ୍ଧ ନାଏକଙ୍କ ପରିବାର ଲୋକଙ୍କୁ କଳାହାଣ୍ଡି ଜିଲ୍ଲା ପାଣ୍ଡରା ମାଳି ସେବା ସଂଘର ଏକ ପ୍ରତିନିଧି ଦଳ ସାକ୍ଷାତ କରିଛନ୍ତି।‌ ଏବଂ ମୃତ୍ୟୁବରଣ କରିଥିବା ଉଭୟ ଚାଷୀଙ୍କ ପରିବାର ବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ରଖିବାକୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି। ଏବଂ ଉଭୟ ମୃତକଙ୍କ ପରିବାର ବର୍ଗଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ପାଣ୍ଡରା ମାଳି ସେବା ସଂଘ କଳାହାଣ୍ଡି ଜିଲ୍ଲା ସଭାପତି ଈଶ୍ୱର ପୁଝାରୀ, କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ପୁର୍ବତନ ଯୁବ ବାହିନୀ ସଭାପତି ତଥା ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକ, ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ଯୁବ ବାହିନୀ ସମ୍ପାଦକ ଲୋକେଶ ନାଏକ, ଧର୍ମଗଡ଼ ନଗର ଯୁବ ବାହିନୀ ସଭାପତି ସ୍ୟୋମ୍ୟ ରଞ୍ଜନ ନାଏକ, କୋକସରା ବ୍ଲକ ସଭାପତି ବିଡୁ ନାଏକ, ରତନ ନାଏକ, ଧନଞ୍ଜୟ ମାଝୀ, ଧର୍ମାନନ୍ଦ ନାଏକ, ଚୌଧୁରୀ ନାଏକ, ସେତୁ ରାମ ଭକ୍ତ, ଶ୍ରିକାନ୍ତ ନାଏକ, ସୁବାସ ବୋଡକିଆ, ପରମାନନ୍ଦ ନାଏକ, କବିରାମ ଲିମଗୋଛିଆ ପ୍ରମୁଖ ଉପସ୍ଥିତ ରହିଥିଲେ।