କେସିଙ୍ଗାରେ ଚକ ଅଖ ଦୋକାନ ବଜାର ସବୁ ବନ୍ଦ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ :  ସୌମ୍ୟାଶ୍ରୀ ଙ୍କ ଆତ୍ମହତ୍ୟା ଘଟଣା କୁ ନେଇ ଜାତୀୟ କଂଗ୍ରେସ ଓ ବାମପନ୍ଥୀ ଦଳ ର ମିଳିତ ଭାବେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା କେସିଙ୍ଗାରେ ସଫଳ ହୋଇଛି। କଂଗ୍ରେସ କର୍ମୀ ମାନେ ସକାଳ ୬ ଘଣ୍ଟାରୁ ସ୍ଥାନୀୟ ଭେଟନେରି ଛକ ସମେତ ସହରର ଅନେକ ସ୍ଥାନରେ ରାଜ ରାସ୍ତାରେ ବିକ୍ଷୋବ ପ୍ରଦର୍ଶନ କରି ଗାଡିମଟର ଚଳା ଚଳ ବନ୍ଦ କରିଥିଲେ।କଂଗ୍ରେସ କୁ ସମର୍ଥନ କରି କେସିଙ୍ଗା ର ସମସ୍ତ ଦୋକାନ ବଜାର ସବୁ ବନ୍ଦ ଥିବା ଦେଖା ଯାଇଛି। ଏନ୍ ଏଚ ୨୬ ରେ ଗାଡ଼ି ମଟର ର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।ଆଜିର ଏହି ବନ୍ଦ ରେ କେସିଙ୍ଗା କଂଗ୍ରେସ ନଗର ସଭାପତି ସୁଭାଷ ଜୈନ,ବରିଷ୍ଠ କଂଗ୍ରେସ ନେତା ରାମ କୁମାର ଜୈନ, ମହେନ୍ଦ୍ରବିଜୟ ଦୀପ,ରାମଲାଲ ସୁନାନୀ,ରାମଜୀ ମାତଖଣ୍ଡିଆ, ରୋହିତ ଜୈନ,ପ୍ରତାପ ବାଗ, ରତନ ଦୀପ ଓ ଅନ୍ୟାନ୍ୟ କଂଗ୍ରେସ କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ।