ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ସିଂହପୁର ଅଞ୍ଚଳକୁ କମ୍ପୁଟର କ୍ଲାସ କରିବାକୁ ଆସିଥିବା କେନ୍ଦ୍ରାପଡ଼ା ଜିଲ୍ଲା ଅଳି ବ୍ଳକ୍ ଅଞ୍ଚଳର ଛାତ୍ରୀ ଆଜି ଗୋବିନ୍ଦପୁର ସିଂହପୁର ଖରସ୍ରୋତା ନଦୀ ସେତୁ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ନିଖୋଜ ହୋଇଥିବା ଜଣାପଡିଛି। ଗୋବିନ୍ଦପୁର ଅଞ୍ଚଳର ସୁଦାମାମ ସେଖର ମିଶ୍ରଙ୍କ ଝିଅ ମଧୁସ୍ମିତା ମିଶ୍ର(୨୨) ସିଂହପୁର କୁ କମ୍ପ୍ୟୁଟର କ୍ଲାସ କୁ ଆସି ଫେରୁଥିବା ସମୟରେ ଖରସ୍ରୋତା ନଦୀ ପୋଲ ନିକଟରେ ନିଜର ସାଇକେଲ ଓ ବ୍ୟାଗ ରଖି ନଦୀକୁ ଡେଇଁପଡ଼ିଥିଲେ। ଛାତ୍ରୀ ଜଣଙ୍କ ନଦୀକୁ ଡେଇଁ ବା ପୂର୍ବରୁ ନିଜ ଭାଇଙ୍କୁ ଫୋନ କରିଥିଲେ ଏବଂ ଭାଇ ପୋଲ ନିକଟରେ ପହଁଚିବା ମାନେ ଛାତ୍ରୀ ଜଣଙ୍କ ନଦୀକୁ ଡେଇଁ ପଡ଼ିଥିଲେ। ଘଟଣା ସମ୍ପର୍କ ରେ ଖବର ପାଇଁ ବିଞ୍ଝାରପୁର ପୁଲିସ, ଅଗ୍ନିଶମ ବାହିନୀ ପହଁଚି ନଦୀରେ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରିଥିଲେ ମାତ୍ର ଛାତ୍ରୀଙ୍କ କୌଣସି ପତ୍ତା ମିଳିନାହିଁ। ଘଟଣା ସ୍ଥଳରେ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ଘଟଣା ସ୍ଥଳରେ ପହଁଚି ସ୍ଥିତି ସମୀକ୍ଷା କରିଥିଲେ। ବର୍ପତ୍ତମାନ ପର୍ଯ୍ୟନ୍ତ ନଦୀ ଗର୍ଭରେ ଛାତ୍ରୀଙ୍କୁ ଖୋଜାଖୋଜି ଜାରିରହିଛି।