ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ରବି ନାରାୟଣ ସିଂହ): ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟର ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଜାତୀୟ କଂଗ୍ରେସ ପି ସି ସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ଵାନ କ୍ରମେ କଂଗ୍ରେସର ବରିଷ୍ଠ କର୍ମୀ ଓ ସ୍ଥାନୀୟ ସମାଜସେବୀ ମାନଙ୍କ ମିଳିତ ଭାବେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଥୁଆମୂଲ ରାମପୁରର କର୍ଲାପାଟ ଚେକଗେଟ୍ , ସାଇସୁରନି ଛକ, ରେ ଶାନ୍ତିପୂର୍ଣ୍ଣ ଭାବରେ ସଫଳ ହୋଇଛି। କଂଗ୍ରେସ କର୍ମୀ ମାନେ ସକାଳ ୬ ଘଣ୍ଟାରୁ ଫରେଷ୍ଟ ଚେକ ଗେଟ୍ ରେ ଆରମ୍ଭ ହୋଇ ସାଇସୁରୁନି ଛକ ସମେତ ଦୋକାନ ବଜାର, ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହି ଥିବାର ଦେଖିବାକୁ ମିଳିଥିଲା। କଂଗ୍ରେସକୁ ସମର୍ଥନ କରି ଆଖପାଖ ଅଞ୍ଚଳର ସମାଜସେବୀ, ଦୋକାନ ବଜାର, ଲୋକଙ୍କ ଯାତାୟତ ସହଯୋଗ କରିବା ସହ କର୍ଲାପାଟ ପୋଲିସ ତରଫରୁ ମଧ୍ୟ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଆଜିର ଏହି ବନ୍ଦ ରେ କଂଗ୍ରେସ ର ବରିଷ୍ଠ କର୍ମୀ ଅଶୋକ କୁମାର ସିଂହ , ସହ ନକୁଳ ମାଝୀ , ଯୁଗେଶ୍ୱର୍ ମାଝୀ, ସମରୁ ମାଝୀ , ସୁନାସିଂ ପରାଭୋଇ, ଶ୍ୟାମ ନାଏକ, ଘାସିରାମ ମାଝୀ , ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିବାବେଳେ ସିପିଆଇଏମ୍ଏଲ୍ ଲିବରେସନ୍ ଥୁଆମୂଳ ରାମପୁର ସଂଗଠନର ବ୍ଲକର ନେତା ବିରବଜ୍ରଙ୍ଗ ଚାରୁ ମଜୁମଦାର ନାଏକ(ଲାଲଯୋର୍),ନବୀନ ନାଏକ, ସମ୍ବାରୁ ନାଏକ, ହରିଶଙ୍କର ମାଝୀ ପ୍ରମୁଖ ଆଜି ଗୋପାଳପୁର,ଥୁଆମୂଳ ରାମପୁର ସଦର ମହକୁମାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଏଥିରେ ଅଞ୍ଚଳର ଜନସାଧାରଣ ଏବଂ ସମାଜସେବୀ ମାନେ ମଧ୍ୟ ସହଯୋଗ କରିଥିଲେ ।