ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ କଂଗ୍ରେସ ପାର୍ଟି ସହିତ ସିପିଆଇର ସମସ୍ତ ବାମପନ୍ଥୀ ଦଲ, ଆରଜେଡି, ସମାଜବାଦୀ ପାର୍ଟି ସହିତ ତମାମ ଆଠ ଗୋଟି ଦଳ ନିଷ୍ପତ୍ତି କ୍ରମେ ଆଜି ଓଡ଼ିଶା ବନ୍ଦ ଡାକରାରେ ବନ୍ଦ ପାଳନ ହୋଇଛି। ବାଲେଶ୍ବର ଫକିରମୋହନ ବିଶ୍ବବିଦ୍ୟାଳୟର ଛାତ୍ରୀ ମୃତ ଶୈମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି କରି ବନ୍ଦ ପାଳନକୁ କଡାକଡି ଭାବରେ ଜୁନାଗଡ଼ର ସମସ୍ତ ଛକ, ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ଏହି ବନ୍ଦ ଡାକରାରେ କଂଗ୍ରେସରୁ ରାଜ୍ୟ ସମ୍ପାଦକ ତୁଲେଶ୍ୱର ନାଏକ, ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ନିଆଲ, ଜୁନାଗଡ ବ୍ଲକ ସଭାପତି ପରମେଶ୍ୱର ମଟେଲ, ଜୁନାଗଡ ଟାଉନ ସଭାପତି ଅମିତ ଅଗ୍ରୱାଲ, ପ୍ରଭାତ ଦାସ, ସି.ପି.ଆଇରୁ ରାଜ୍ୟ ପରିଷଦ ମେମ୍ବର ଦାମୋଦର ବେହେରା, କଳାହାଣ୍ଡି ଜିଲ୍ଲା ପରିଷଦ ସି.ପି.ଆଇ ରାଜାରାମ ଡୋଙ୍ଗରି, ଅକ୍ଷୟ କୁମାର ମେହେର ପ୍ରମୁଖ ଯୋଗଦେଇ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିଥିଲେ।