ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା : ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ,ଓଡିଶା ବନ୍ଦ ରେ କଳାହାଣ୍ଡି ଜିଲ୍ଳାରେ ମଧ୍ୟ ପ୍ରଭାବ ପଡିଛି, ଜିଲ୍ଳାର ଭବାନୀପାଟଣା ସହର ସମେତ ଜୟପାଟଣା, ଜୁନାଗଡ଼,ଧର୍ମଗଡ ତଥା ସମଗ୍ର କଳାହାଣ୍ଡିରେ ଦୋକାନ ବଜାର ବନ୍ଦ ସହ ଯାନବାହାନ ଚଳାଚଳ ବନ୍ଦ ରହିଛି,ଶାନ୍ତିପୂର୍ଣ୍ଣ ଭାବରେ କଂଗ୍ରେସ ର ବନ୍ଦ ପାଳନ ଜାରିରହିଛି। ଜୟପାଟଣା ବ୍ଲକ କଂଗ୍ରେସ କମଟିର ସଭାପତି ଗଙ୍ଗାଧର ପାତ୍ର ଙ୍କ ନେତୃତ୍ୱରେ ପ୍ରକାଶ ଦୁରିଆ, ସୁଶିଲ କୁମାର ନାଏକ, ସାରଙ୍ଗ ପଟ୍ଟନାୟକ,ପ୍ରଭାକର ପଟ୍ଟନାୟକ,ନେତ୍ରମଣି ନାଗ, ରବୀନ୍ଦ୍ର ନାଏକ, ତରୁଣ ନାଏକ, ନବରତ୍ନ ଧ.ମାଝୀ, ସୋମନାଥ ପୁଝାରୀସମେତ ଶତାଧିକ କଂଗ୍ରେସ କର୍ମୀ ଏହି ବନ୍ଦ ଡାକରାରେ ସାମିଲ ଥିଲେ।