କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ପ୍ରତି ବ୍ୟବସ୍ତାକୃତ୍ ଯୌନ ଉଦପିଡନ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ମହିଳା ସୁରକ୍ଷା ଦାବିରେ ଜୁଲାଇ ୭ତାରିଖ ଦିନ ପ୍ରଦେଶ କଂଗ୍ରେସ ନିର୍ଦେଶ ଅନୁସାରେ ସିପିଆଇ, ସିପିଆଇଏମ ଲିବେରେସନ, ଅଲ ଇଣ୍ଡିଆନ ଫରୱାର୍ଡ଼ ବ୍ଲକ, ଏନସିପି, ଏସପି, ଆରଜେଡି, ସହଯୋଗ ରେ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା କଲମପୁରରେ ମଧ୍ୟ ବ୍ଲକ କଂଗ୍ରେସ ସଭାପତି ବିପିନ ବିହାରୀ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ହୋଇ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବେସରକାରୀ ଅନୁଷ୍ଠାନ ଗୁଡିକର କାର୍ଯ୍ୟ ବନ୍ଦ କରି ଓଡିଶା ବନ୍ଦ ଡାକରାକୁ ସମର୍ଥକ କରିବାକୁ ଅନୁରୋଧ କରିଥିଲେ। କଂଗ୍ରେସ କର୍ମୀ ମାନଙ୍କ ଅନୁରୋଧକୁ ରକ୍ଷା କରି ସମସ୍ତେ ସହଯୋଗ କରିବା ସହ କଲମପୁର ବଣିକ ସଂଘ ମଧ୍ୟ ସମର୍ଥନ ଜଣାଇ ଜରୁରୀ କାଳୀନ ସେବାକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ କରିଥିଲେ। ପରେ ସମସ୍ତ କର୍ମୀ ମୁଖ୍ୟ ସହରରେ ଏକତ୍ରିତ ହୋଇ ସୌମ୍ୟଶ୍ରୀ ଙ୍କୁ ନ୍ୟାୟ ଦାବିରେ ନାରା ଦେଇ ସରକାରଙ୍କୁ କଟୁ କଥା କହି ନିନ୍ଦା କରିଥିଲେ। ଏଥିରେ କଲମପୁର କଂଗ୍ରେସ କମିଟି ପବିତ୍ର ବାଗ, ଜଗନ୍ନାଥ ନାଏକ , ପଦ୍ମ କିଶୋର ନାଏକ, ଅହମ୍ମଦ ମହମ୍ମଦ , ପବନ ମାଝୀ, ନବ ସୁନାନୀ, ଶ୍ୟାମ ନାଗ, ଦଧି ପ୍ରଧାନୀ, କଳାକାଁହୁ କଟା, ତାରିଣୀ ପଟେଲ, ଜଗମୋହନ ପୁଝାରୀ, ପ୍ରଦୀପ ଭୋଇ, ଟିକଚନ ମାଝୀ, ଗଣେଶ ନାଗ, ହରିଶଙ୍କର ଦ୍ଵୀପ, ଗଣେଶ ରଣା, ଜୟ ଶଙ୍କର ଶବର ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ବନ୍ଦ ପାଳନକୁ ସମର୍ଥନ କରିଥିଲେ।